ଦେଶବଲିଉଡମୁଖ୍ୟ ଖବରସେଲିବ୍ରିଟିସ୍ୱାସ୍ଥ୍ୟ

ଅନ୍ତିମ ଯାତ୍ରାରେ ଲତା

ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଅନ୍ତିମ ସଂସ୍କାର ପାଇଁ ମହାଯାତ୍ରା ଆରମ୍ଭ ହୋଇଛି। ମୁମ୍ବାଇ ସ୍ଥିତ

ମୁମ୍ବାଇ, ୬।୨ : ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଅନ୍ତିମ ସଂସ୍କାର ପାଇଁ ମହାଯାତ୍ରା ଆରମ୍ଭ ହୋଇଛି। ମୁମ୍ବାଇ ସ୍ଥିତ ବାସଭବନରୁ ବିରାଟ ଶୋଭାଯାତ୍ରରେ ପ୍ରଭୁକୁଞ୍ଜରରୁ ଶିବାଜୀ ପାର୍କ ଅଭିମୁଖେ ବାହାରିଲାପାର୍ଥିବ ଶରୀର । ଆପାର୍ଟମେଣ୍ଟର ଫାଷ୍ଟ୍‌ ଫ୍ଲୋର୍‌ରୁ ଲତାଙ୍କୁ ସେନା ଯବାନ ଅନ୍ତିିମ ଯାତ୍ରାରେ କାନ୍ଧେଇ ନେଇଛନ୍ତି। ଶିବାଜୀ ପାର୍କଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସନ୍ଧ୍ୟା ସାଢ଼େ ୬ ଟାରେ ହେବ ଶେଷକୃତ୍ୟ । ପ୍ରଧାନମନ୍ତ୍ରୀ ମୋଦି ନରେନ୍ଦ୍ର ମୋଦି ମଧ୍ୟ ଶେଷକୃତ୍ୟରେ ସାମିଲ ହେବେ ।

ଉଲ୍ଲେଖଯୋଗ୍ୟ, ରବିବାର ସୁର ସାମ୍ରାଞ୍ଜୀ ଲତା ମଙ୍ଗେସକରଙ୍କ ମୁମ୍ବାଇ ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ବିଗତ କିଛି ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକର ଘୋଷଣା କରାଯାଇଛି ।ସେପଟେ ଅମିତାଭ ବଚ୍ଚନ ସ୍ୱର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Show More

Related Articles

Back to top button