ଓଡ଼ିଶାମୁଖ୍ୟ ଖବରଶିକ୍ଷାସ୍ୱାସ୍ଥ୍ୟ

ଆଜିଠୁ ଖୋଲିଲା ହଷ୍ଟେଲ,କାଲିଠୁ କ୍ଲାସରୁମ୍ ପାଠପଢା

ରାଜ୍ୟ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ  ଆଜିଠାରୁ ରାଜ୍ୟର ସମସ୍ତ ହଷ୍ଟେଲ ଖୋଲିଛି

ରାଜ୍ୟ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ  ଆଜିଠାରୁ ରାଜ୍ୟର ସମସ୍ତ ହଷ୍ଟେଲ ଖୋଲିଛି । ମାତ୍ର ସବୁ ପ୍ରକାର କୋଭିଡ୍ କଟକଣା ଭିତରେ ହଷ୍ଟେଲ ଖୋଲାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସୋଲେସନ୍ ରୁମ୍ ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କଠାରେ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ଅଲଗା ରଖିବାକୁ ନିର୍ଦ୍ଦେଶ ରହିଛି , ଏତଦ୍ ବ୍ୟାତୀତ ହଷ୍ଟେଲ ପରିସରକୁ ନିୟମିତ ସାନିଟାଇଜ୍ ରଖାଯିବାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆବଶ୍ୟକୀୟ ଦୂରତା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ତେବେ ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି ହୋଇଛି । ଆସନ୍ତା କାଲିଠାରୁ ସ୍କୁଲ ଓ କଲେଜରେ କ୍ଲାସରୁମ୍ ପାଠପଢା ଆରମ୍ଭ ହେଉଥିବାରୁ ପିଲାମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

Show More

Related Articles

Back to top button