Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଅଙ୍ଗନବାଡି ଦିଦିଙ୍କୁ ମିଳିଲା ସ୍କୁଲ ଦାୟିତ୍ୱ

ଶିକ୍ଷକ ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ବାହାରିଛି । ତେଣୁ ସ୍କୁଲ ପରିସରରେ ଥିବା ମଧ୍ୟାହ୍ନଭୋଜନରେ ଅଙ୍ଗନବାଡ଼ି ଦିଦିଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଜିଲ୍ଲାର ସ୍କୁଲ ଦାୟିତ୍ୱ ନେଇ ଡିଏସଡବ୍ଲ୍ୟୁଓଙ୍କୁ ଡିଇଓ ଚିଠି ଲେଖିଛନ୍ତି ।ସୂଚନା ଅନୁସାରେ, ଗତ କିଛିଦିନ ହେବ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଥିଲା । ସେଥିରେ ମଧ୍ୟାହ୍ନ ଭୋଜନକୁ ଏକ ପ୍ରସଙ୍ଗ ଭାବେ ନିଆଯାଇଥିଲା । ଏହି ସବୁ ଅସୁବିଧାକୁ ଦୂର କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି । ତେଣୁ ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱକୁ ଏବେ ଅଙ୍ଗବାଡ଼ି ଦିଦିଙ୍କୁ ଦିଆଯାଇଛି । ଯେଉଁ ସ୍କୁଲ ପରିସରରେ ଅଙ୍ଗନବାଡ଼ି ଅଛି, ସେ ସ୍କୁଲ କଥା ବୁଝିବାକୁ ଚିଠି ଲେଖାଯାଇଛି । ସଂପୃକ୍ତ ସ୍କୁଲର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ଅଙ୍ଗନବାଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ସ୍କୁଲ ଖୋଲିବା ସହ ମଧ୍ୟାହ୍ନଭୋଜନ ଦେବାକୁ ମଧ୍ୟ ଡିଇଓ କହିଛନ୍ତି ।

Show More

Related Articles

Back to top button