![Couch and Cold](https://www.utkalprahari.com/wp-content/uploads/2020/09/Cough-and-Cold-780x470.jpg)
![Couch and Cold](https://www.utkalprahari.com/wp-content/uploads/2020/09/Cough-and-Cold-300x200.jpg)
ଏବେ ପାଣିପାଗରେ ହଠାତ୍ ପରିବର୍ତ୍ତନ ଘଟୁଛି। ପ୍ରବଳ ଗରମକୁ ବର୍ଷା ଯୋଗୁ ପ୍ରାୟ ପ୍ରତ୍ୟେକ ପରିବାରରେ ସର୍ଦି, କାଶ ସମସ୍ୟା ଦେଖାଯାଉଛି। କରୋନା ସମୟରେ ଏଭଳି ଲକ୍ଷଣ ପାଇଁ ଭୟ ଲାଗିବା ସ୍ୱାଭାବିକ। ବିଶେଷଜ୍ଞଙ୍କ ମତରେ, ସର୍ଦି-କାଶର ଉପଚାର ଲାଗି ଏପରି କେତେକ ଖାଦ୍ୟ ନିଜ ତାଲିକାରେ ସାମିଲ କରିପାରିବେ।
ସୁପ୍: ଏହା ଗରମଗରମ ପିଆଯାଉଥିବାରୁ କଫରୁ ସୁରକ୍ଷା ଦିଏ। ସ୍ୱାସ୍ଥ୍ୟକର ସୁପ୍ ଶରୀରର ବିଭିନ୍ନ ଅଙ୍ଗର ଫୁଲା କମାଇବାରେ ସହାୟକ ହୋଇଥାଏ। ଏଥିରେ ଅଦା, ରସୁଣ, ହଳଦି ଆଦି ପକାଯିବା ଉଚିତ। ସୁପ୍ ବ୍ୟତୀତ ହାଲ୍କା ଉଷୁମ ପାଣି ପିଇବା ମଧ୍ୟ ଉପକାର ଦେଇଥାଏ।
ଭିଟାମିନ୍ ସି: ଏହି ଭିଟାମିନ୍ ଥିବା ଫଳ ଏବଂ ପନିପରିବା କାଶ, ସର୍ଦିର ଉପଚାରରେ ଲାଭଦାୟକ ହୋଇଥାଏ ତଥା ବିଭିନ୍ନ ସଂକ୍ରମଣରୁ ଶରୀରକୁ ସୁରକ୍ଷା ଦିଏ। ତେଣୁ ଭିଟାମିନ୍-ସି’ର ଉପକାର ପାଇବା ଲାଗି ଖାଦ୍ୟରେ ଟମାଟୋ, କମଳା, ଅମୃତଭଣ୍ଡା ଆଦି ସାମିଲ କରନ୍ତୁ।
କେମୋମାଇଲ୍ ଚା’: ଏହି ଚା’ରେ ଜୀବାଣୁ ପ୍ରତିରୋଧକ ଗୁଣ ରହିଛି ଏବଂ ଏହା ଭଲ ନିଦ ପାଇବାରେ ସହାୟକ ହୋଇଥାଏ। ତେଣୁ ଶୋଇବାକୁ ଯିବା ପୂର୍ବରୁ ଏହି ଚା’ କପେ ପିଇଲେ କାଶ ଓ ସର୍ଦିରୁ ସୁରକ୍ଷା ମିଳିବା ସହ ଆରାମରେ ନିଦ ପାଇପାରିବେ।
କଦଳୀ: ଅନେକଙ୍କର ଧାରଣା, କଦଳୀ ଖାଇଲେ ଥଣ୍ଡା, କାଶ ହେବ। ତେବେ ଏଥିରେ ଥିବା ପଟାସିୟମ କାଶ ଓ ସର୍ଦି ସମସ୍ୟାରେ ଖୁବ୍ ଭଲ କାମ କରେ। କଦଳୀରେ ଥିବା ଏକ ବିଶେଷପ୍ରକାର ପ୍ରୋଟିନ୍ ଲେକ୍ଟିନ ମଧ୍ୟ ସର୍ଦିରୁ ଦୂରେଇ ରଖିବାରେ ସହାୟକ। ଇଚ୍ଛା କଲେ ପାଚିଲା କଦଳୀକୁ ଲୁଣ ଲଗାଇ ଖାଇପାରନ୍ତି। ତେବେ ଅଧିକ କଦଳୀ ଖାଇବା କ୍ଷତିକାରକ।