ଓଡ଼ିଶା

ଵ୍ୟଵସାୟୀ ସଂଘଦ୍ଵାରା ଜିଲ୍ଲାର ପ୍ରମୁଖ ସହର ମାନଙ୍କରେ ସାପ୍ତାହିକ ସଟଡାଉନ୍

SHUTDOWN

ଝାରସୁଗୁଡା ସହର ସମେତ ଜିଲ୍ଲାର ପ୍ରମୁଖ ସହର ବ୍ରଜରାଜନଗର ଓ ବେଲପାହଦକୁ ଆସନ୍ତାକାଲି ଠାରୁ ସପ୍ତାହକ ପର୍ଯ୍ୟନ୍ତ ସଟଡାଉନ୍ କରାଯିବ। ବ୍ୟବସାୟୀ ସଂଘ ଏଭଳି ନିଷ୍ପତ୍ତି ନେଇଛି। ଝାରସୁଗୁଡା ଜିଲ୍ଲାରେ ଗତ ଦୁଇ ସପ୍ତାହ ହେଲା ପ୍ରତିଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଜଣେ ପୋଲିସ ଅଧିକାରୀଙ୍କ ସହ ଆଜି ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ କୈଳାସ ମୁନ୍ଦଡାଙ୍କ ଦେହାନ୍ତ ହୋଇଯାଇଛି। ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଛୁଇଁଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି।ଏଭଳି ପରିସ୍ଥିତିରେ ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ଜିଲ୍ଲାରେ କରୋନା ଚେନ୍ ଭାଙ୍ଗିବାକୁ ଏକ ପ୍ରୟାସ କରି ଚ୍ୟାମ୍ବର ଅଫ୍ କମର୍ସ ପକ୍ଷରୁ ଆସନ୍ତାକାଲି ଠାରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସାତଦିନ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଜିଲ୍ଲାବାସୀ ଅତି ଆବଶ୍ୟକ ନହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ଏହି ସଟ୍ ଡାଉନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆନଯିବା ସତ୍ତ୍ୱେ ଏଭଳି ଏକ ବନ୍ଦର ଆବଶ୍ୟକତା ଅନୁଭବ କରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଅଳ୍ପ କିଛି ଦୋକାନ ଖୋଲିବାକୁ ଅନୁମତି ଦେଇଥିବା କଥା କହିଛି ଚ୍ୟାମ୍ବର ଅଫ୍ କମର୍ସ |

Show More

Related Articles

Back to top button