ଫୁଲକୋବିର ଉପକାରିତା
ଶୀତଦିନିଅ। ପରିବା ଭାବେ ଫୁଲକୋବିର ଅ।ଦର ଖୁବ୍ ଅଧିକ। ଘରେଘରେ ଫୁଲକୋବି ଭଜା, ଚପ୍ ସହ ତରକାରିିର ଅ।ସର ବେଶ୍ ଜମିଥାଏ । ଫାଇବର୍ରେ ଭରପୂର ଓ ଭିଟାମିନ୍ ବି ପୋଷକତତ୍ତ୍ୱ ଥିବା ଏଇ ପରିବା ଅ।ମ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
– ବିଶେଷଜ୍ଞଙ୍କ ମତରେ ନିୟମିତ ଫୁଲକୋବିକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
– ଅ।ଣ୍ଟିଅକ୍ସିଡାଣ୍ଟ ଭରପୂର ଏଇ ପରିବା ଅ।ମ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ପାଶ୍ଚାତ୍ୟ ରାଷ୍ଟ୍ରରେ ଫୁଲକୋବିକୁ ସାଲାଡ୍ରେ ବ୍ୟବହାର କରାଯାଇଥାଏ।
– ଏହି ପରିବାରେ ଥିବା କ୍ୟାରୋଟିନଏଡ୍ ଓ ଫ୍ଲାବନଏଡ୍ ତତ୍ତ୍ୱ ଶରୀରର କର୍କଟପ୍ରତିରୋଧୀ ଶକ୍ତି ବୃଦ୍ଧି କରେ।
– ଭିଟାମିନ୍ ସି’ ଭରପୂର ଥିବା ଫୁଲକୋବି ପ୍ରତ୍ୟହ ଖାଇଲେ ହୃଦ୍ରୋଗ ହେବାର ଅ।ଶଙ୍କା କମ୍ ହୁଏ।
– କମ୍ କ୍ୟାଲୋରୀଯୁକ୍ତ ଏଇ ପରିବା ଖାଇଲେ ଓଜନ ମଧ୍ୟ ଶୀଘ୍ର ହ୍ରାସ ପାଏୟ ଫୁଲକୋବିରେ ୯୨% ଜଳ ଥିବାରୁ, ଏହା ଖାଇଲେ ବରଂ ଅ।ମ ଓଜନ ନିୟନ୍ତ୍ରଣରେ ରହେ।
– ଫୁଲକୋବିରେ ଥିବା ପୋଷକତତ୍ତ୍ୱ କାରଣରୁ ଅ।ମ ସ୍ମୃତି ଶକ୍ତି ବୃଦ୍ଧି ହେବା ସହ ନିଦ ମଧ୍ୟ ଭଲଭାବେ ହୋଇଥାଏ।
– ଅ।ଣ୍ଠୁଗଣ୍ଠି ସମସ୍ୟା ଥିଲେ କିମ୍ବା ହାଡ଼ ଦୁର୍ବଳ ଥିଲେ, ପ୍ରତ୍ୟହ ଫୁଲକୋବି ନିଜ ଡାଏଟ୍ରେ ସାମିଲ କରାଇବା ଉଚିତ।