ଓଡ଼ିଶା

କଟକରେ ଏନ୍କାଉଣ୍ଟର: କୁଖ୍ୟାତ ଡକାୟତ ବବ୍ଲୁ ଆହତ

କଟକ,(ଉ.ପ୍ର.ନ୍ୟୁଜ୍ସର୍ଭିସ୍): କଟକ ସ୍ଥିତ ନରାଜ ଅଞ୍ଚଳରେ ବୁଧବାର ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡର ଏନ୍କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାୱାର ଓରଫ ବବ୍ଲୁ ଅ।ହତ ହୋଇଛି। ଏନ୍କାଉଣ୍ଟରରେ ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛିୟ ଚିକିତ୍ସା ପାଇଁ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୋର ପ୍ରାୟ ୩ଟାରୁ ୪ଟା ସମୟରେ ବବ୍ଲୁନରାଜ ଅଞ୍ଚଳର ଏକ ଘରେ ଥିବା ନେଇ ଚୌଦ୍ୱାର ପୁଲିସ୍ ଖବର ପାଇଥିଲାୟ ଏହାପରେ ପୁଲିସ୍ ଓ ସ୍ପେଶାଲ ସ୍କ୍୍ୱାଡ୍ ପକ୍ଷରୁ ସେଠାରେ ଚାଉ କରାଯାଇଥିଲାୟ ପୁଲିସକୁ ଦେଖି ବବ୍ଲୁ ସହ ଥିବା ତା’ର ଦୁଇ ସହଯୋଗୀ ସେଠାରୁ ଖସି ପଳାଇଥିଲେୟ ଏହାପରେ ପୁଲିସ ବବ୍ଲୁକୁ ଘେରାବନ୍ଦୀ କରିବା ସହ ଅ।ତ୍ମସମର୍ପଣ କରିବାକୁ କହିଥିଲାୟ ହେଲେ ବବ୍ଲୁ ଅ।ତ୍ମସମର୍ପଣ ନକରି ପୁଲିସ ଉପରକୁ ଗୁଳି ଚଳାଇଥିଲାୟ ଏହାର ପାଲଟା ଜବାବରେ ପୁଲିସ ତା’ ଉପରକୁ ଗୁଳି ଚଳାଇଥିଲାୟ ଫଳରେ ବବ୍ଲୁର ଡାହାଣ ଗୋଡ଼ରେ ବୁଳି ବାଜିଥିଲାୟ ଏହି ଗୁଳିବିନିମୟରେ ଚୌଦ୍ୱାର ଥାନାର ୩ ପୁଲିସ କର୍ମ·ରୀ ମଧ୍ୟ ଅ।ହତ ହୋଇଛନ୍ତି। ସୂଚନାଯୋଗ୍ୟ, ବବ୍ଲୁନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛିୟ ସେ ଏକ ଡାକାୟତ ଗ୍ୟାଙ୍ଗ୍ର ମୁଖ୍ୟ ସଦସ୍ୟ ଥିଲାୟ ତା’ ନାଁରେ ଏକାଧିକ ମାମଲା ରହିଛି।

Show More

Related Articles

Back to top button