Breaking PLUSଓଡ଼ିଶାମୁଖ୍ୟ ଖବର

ଗତ ୨୪ଘଣ୍ଟାରେ ରାଜ୍ୟରେ ମୋଟ ୧୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ

ମହାମାରୀରେ ପୁଣି ୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।ଓଡ଼ିଶାରେ ଆଜି ଯେଉଁ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧାରୁ ୪, କୋରାପୁଟରୁ ୩, ପୁରୀରୁ ୩ଜଣ , ବାଲେଶ୍ବର, କଟକ, ବଲାଙ୍ଗୀର, ଯାଜପୁର, ଜଗତସିଂହପୁର, ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।ଖୋର୍ଦ୍ଧାରୁ ଯେଉଁ ୪ ମୃତକ ଅଛନ୍ତି, ସେମାନେ ହେଲେ ୫୧, ୩୭, ଓ ୫୦ ବର୍ଷ ବୟସ୍କ ପୁରୁଷ ଏବଂ ଜଣେ ୫୮ ବର୍ଷ ବୟସ୍କା ମହିଳା । ପୁରୀରେ ଜଣେ ୪୨ ବର୍ଷ ବୟସ୍କ ପୁରୁଷ ଓ ଜଣେ ୮୦ ବର୍ଷ ବୟସ୍କା ଏବଂ ଜଣେ ୬୨ ବର୍ଷୀୟା ମହିଳା ଅଛନ୍ତି। କୋରାପୁଟର ଯେଉଁ ୩ ମୃତକ ଅଛନ୍ତି, ସେମାନେ ହେଲେ ୬୪, ୪୮ ଓ ୫୦ ବର୍ଷ ବୟସ୍କ ପୁରୁଷ। ବାଲେଶ୍ବର, କଟକ, ବଲାଙ୍ଗୀର, ଯାଜପୁର, ଜଗତସିଂହପୁର, ଓ ମୟୂରଭଞ୍ଜରୁ ଯେଉଁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ,ସେମାନେ ସମସ୍ତେ ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୪୫,୫୮, ୫୮,୫୨, ୬୪ ଏବଂ ୫୩ ବର୍ଷ।ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୪୩୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୨୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨୭ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫ହଜାର ୪୫୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Tags
Show More

Related Articles

Back to top button
Close