Breaking PLUSଦେଶ ବିଦେଶରାଜନୀତି

କରୋନା ମହାମାରୀ ମଧ୍ୟରେ ନିର୍ବାଚନ ନେଇ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ

କରୋନା ଭାଇରସ୍‌ ମହମାରୀ ଭିତରେ ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ କମିସନ ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି।

Election

ପୂର୍ବ ପରି ଗୋଟିଏ କନ୍‌ଭୟରେ ୧୦ ଗାଡ଼ି ରହିବନି। ଅତି ବେଶୀରେ ୫ଟି ଗାଡ଼ି ରହିବ।
ପ୍ରତି ନିର୍ବ‌ାଚନ କାର୍ଯ୍ୟକ୍ରମରେ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବେ।
ପ୍ରତି ବୁଥ୍‌ରେ ସବୁ ବ୍ୟକ୍ତିଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯିବ। ସେହିପରି ପ୍ରତି ବୁଥ୍‌ରେ ସାନିଟାଇଜର, ପାଣି ଏବଂ ସାବୁନର ବ୍ୟବସ୍ଥା କରାଯାଇଛି।
ଉଭୟ ଭୋଟ୍‌ ଗ୍ରହଣ ଏବଂ ଭୋଟ୍‌ ଗଣତି ପାଇଁ ବଡ଼ ହଲ୍‌ ଚିହ୍ନଟ କରାଯିବ। ଏହାଦ୍ବାରା ସାମାଜିକ ଦୂରତା ଭଲଭାବେ ଅବଲମ୍ବନ କରିହେବ।
ଅନ୍‌ଲାଇନ୍‌ରେ ନାମାଙ୍କନ ଫର୍ମ‌୍ ଉପଲବ୍ଧ ହେବ। ଅନଲାଇନ୍‌ରେ ଫର୍ମ‌୍ ପୂରଣ କରାଯିବ ଏବଂ ଏହାର ଏକ ପ୍ରିଣ୍ଟ୍‌ ଦାଖଲ କରାଯିବ।
ସତ୍ୟପାଠ ମଧ୍ୟ ଅନ୍‌ଲାଇନ୍‌ରେ ଦାଖଲ ହେବ ।
ପ୍ରାର୍ଥିପତ୍ର ଦାଖଲ ପାଇଁ ଜଣେ ପ୍ରାର୍ଥୀଙ୍କ ସହ କେବଳ ୨ ଜଣ ହିଁ ଯାଇପାରିବେ ।
ପ୍ରାର୍ଥିପତ୍ର ଦାଖଲ ସମୟରେ କେବଳ ୨ଟି ଗାଡ଼ିକୁ ଅନୁମତି ମିଳିବ
କାଉଣ୍ଟିଂ ହଲ୍‌ରେ ୭ଟି କାଉଣ୍ଟିଂ ଟେବୁଲ୍‌ରୁ ଅଧିକ ରହିବନି। ଗୋଟିଏ ନିର୍ବାଚନ ମଣ୍ଡଳୀରେ ୩ରୁ ୪ଟି ନିର୍ବାଚନ ମଣ୍ଡଳୀର ଭୋଟ୍‌ ଗଣତି ହେବ।
ପ୍ରତି ନିର୍ବାଚନୀ ବୁଥ୍‌ରେ ଅତି ବେଶୀରେ ୧ ହଜାର ଭୋଟର ଭୋଟ୍‌ ଦେଇପାରିବେ। ପୂର୍ବରୁ ନିର୍ବା‌ଚନ କମିସନ୍‌ ପୋଷ୍ଟାଲ୍‌ ବାଲଟ୍‌ ସୁବିଧା ଦେବେନି ବୋଲି ନିଷ୍ପତ୍ତି ନେଇଥିଲେ କିନ୍ତୁ ପରେ ୮୦ ବର୍ଷରୁ ଅଧିକ ବୟସ୍କ ଭୋଟର, ଭିନ୍ନକ୍ଷମ ଏବଂ କରୋନା ରୋଗୀଙ୍କ ପାଇଁ ପୋଷ୍ଟାଲ୍‌ ବାଲଟ୍‌ ସୁବିଧା କରାଯାଇଛି।

Show More

Related Articles

Back to top button