କମ୍ୟୁନିଷ୍ଟ ନେତା କମ୍ରେଡ ରବି ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି
ଭଦ୍ରକ,(ଉ.ପ୍ର.ନ୍ୟୁଜ୍ସର୍ଭିସ୍): ଜିଲ୍ଲାର ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ଜନନାୟକ ରବି ମହାନ୍ତିଙ୍କ ଏକାଦଶାହ ଅବସରରେ କେଦାରପୁର ପଞ୍ଚାୟତ ସାହାସପୁର ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ନିରାକାର ଜେନା, ଜନପ୍ରତିନିଧି ଯୋଗେନ୍ଦ୍ର ଘଡାଇ, ଶ୍ରମିକ ନେତା ଦିବ୍ୟସିଂ ନାୟକ, ପୂର୍ବତନ ପୌରପାଳ ମାନସ ମହାନ୍ତି, ସରପଞ୍ଚ ଭରତ ତ୍ରିପାଠୀ, ରାଧା ଦାସ, ଗିରିଧାରୀ ନାଥ, ବିକାଶ ନାଥ, ଚନ୍ଦ୍ରଶେଖର ନାୟକ, ସୁଶାନ୍ତ ଜେନାଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ମାନେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ କରିଛନ୍ତି। ସ୍ୱର୍ଗତ କମ୍ରେଡ ଶ୍ରୀ ମହାନ୍ତି ଚାଷୀ ଓ ଶ୍ରମିକ ମାନଙ୍କର ଥିଲେ ଜନନାୟକ। ତାଙ୍କ ଅବାର୍ତ୍ତମାନ ଯାହାକି ଶ୍ରମିକ ଓ ଚାଷୀ ମାନଙ୍କ ମଧ୍ୟରେ ଏକ ଅପୂରଣୀୟ କ୍ଷତି ହେବ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ। ଏହି ଅବସରରେ ତାଙ୍କରି ସ୍ମୃତିରେ “ସର୍ବହରା ମଣିଷର ସାଥି ରବି ମହାନ୍ତି” ସ୍ମରଣିକା ଅତିଥିମାନଙ୍କ କରକୋମଳରେ ଉନ୍ମୋଚିତ ହୋଇଛି। ଏହି ସଭାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।