ଦେଶ ବିଦେଶ

ଶିଳ୍ପ କ୍ଷେତ୍ର ଉତ୍ପାଦନ ହ୍ରାସ ଧାରା ଜାରି

ଶିଳ୍ପ କ୍ଷେତ୍ର ଉତ୍ପାଦନ ହ୍ରାସ ଧାରା ଜାରି

ନୂଅ।ଦିଲ୍ଲୀ : ମାନ୍ଦାବସ୍ଥା ଦେଶର ଅର୍ଥ ବ୍ୟବସ୍ଥାକୁ ଏବେ ମଧ୍ୟ ଜାବୁଡି ଧରିଛି। ଏହାର ପ୍ରଭାବରେ ଲଗାତର ତୃତୀୟ ମାସ ଲାଗି ଦେଶର ଉଦ୍ୟୋଗଗୁଡିକର ଉତ୍ପାଦନ ଖସିଛି। ଚଳିତ ବର୍ଷ ଅକ୍ଟୋବରରେ ଦେଶର ଔଦ୍ୟୋଗିକ ଉତ୍ପାଦନ ୩.୮% କମିଛିୟ ମାନୁଫାକଚରିଂ, ଖଣି, ବିଦ୍ୟୁତ ଶକ୍ତି ଭଳି କ୍ଷେତ୍ରରେ ଉତ୍ପାଦନ କମିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଗୁରୁବାର ପ୍ରକାଶିତ ସରକାରୀ ଡାଟାରୁ ସାମ୍ନାକୁ ଅ।ସିଛିୟ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‍ଏସ୍‍ଓ) ତଥ୍ୟ ମୁତାବକ ସେପ୍ଟେମ୍ବରରେ ଦେଶର ଫ୍ୟାକ୍ଟ୍ରିଗୁଡିକରୁ ଉତ୍ପାଦନ ୪.୩% ହ୍ରାସ ହୋଇଛିୟ ସେହିଭଳି ଅଗଷ୍ଟରେ ଏଥିରେ ୧.୪% ହ୍ରାସ ହୋଇଥିଲାୟ ଅପରପକ୍ଷରେ ଏହା ଜୁଲାଇରେ ୪.୯% ବୃଦ୍ଧି ହୋଇଥିଲା। ଫ୍ୟାକ୍ଟ୍ରିଗୁଡିକର ଉତ୍ପାଦନକୁ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଅ।ଇଅ।ଇପି)ରେ ଅ।କଳନ କରାଯାଉଥିବା ବେଳେ ଏହା ୨୦୧୮ ଅକ୍ଟୋବରରେ ୮.୪% ବଢିଥିଲା। ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ସମୟ ମଧ୍ୟରେ ଅ।ଇଅ।ଇପି ଅଭିବୃଦ୍ଧି ୦.୫% ରହିଛି। ଯାହା ଅ।ଖି ଦୃଶିଅ। ନୁହେଁୟ ଗତବର୍ଷ ଏହି ସମୟରେ ଅ।ଇଅ।ଇପି ୫.୭% ଥିଲାୟ ଅକ୍ଟୋବରରେ ଦେଶର ମାନୁଫାକଚରିଂ ଅଭିବୃଦ୍ଧି ୨.୧% କମିଛିୟ ଏହା ଗତବର୍ଷ ସମାନ ସମୟରେ ୮.୨% ବଢିଥିଲାୟ ଚଳିତ ବର୍ଷ ଅକ୍ଟୋବରରେ ଶକ୍ତି କ୍ଷେତ୍ରରେ ଉତ୍ପାଦନ ୧୨.୨% ହ୍ରାସ ହୋଇଛିୟ ଯାହା ଗତ ବର୍ଷ ୧୦.୮% ରହିଥିଲାୟ ଖଣି କ୍ଷେତ୍ର ଉତ୍ପାଦନ ୮% ଖସିଯାଇଛିୟ ଏହା ଗତ ବର୍ଷ ୭.୩% ଥିଲାୟ ଏହାବାଦ କ୍ୟାପିଟାଲ ଗୁଡ୍ସ ଉତ୍ପାଦନ ୨୧.୯% କମିଛିୟ ଯାହା ଗତବର୍ଷ ସମାନ ସମୟରେ ୧୬.୯% ବଢିଥିଲା। ଏହାବାଦ ପ୍ରାଥମିକ ସାମଗ୍ରୀ ଅଭିବୃଦ୍ଧି (-)୬%, ମାଧ୍ୟମିକ ସାମଗ୍ରୀ ଅଭିବୃଦ୍ଧି ୨୨.୨% ଏବଂ ଭିତ୍ତିଭୂମି ର୍ନିମାଣ ସାମଗ୍ରୀ ଅଭିବୃଦ୍ଧି (-) ୯.୨% ରହିଛିୟ କଞ୍ଜ୍ୟୁମର ଡ୍ୟୁରେବଲ୍ସ ଏବଂ କଞ୍ଜ୍ୟୁମର ନନ୍‍ ଡ୍ୟୁରେବଲ୍ସ କ୍ଷେତ୍ରରେ ଏହା ଯଥାକ୍ରମେ (-) ୧୮% ଏବଂ (-) ୧.୧% ରହିଛିୟ ମାନୁଫାକଚରିଂର ମୋଟ ୨୩ ଶିଳ୍ପଗ୍ରୁପ ମଧ୍ୟରୁ ୧୮ଟିର କାର୍ଯ୍ୟକଳାପ ନକାରାତ୍ମକ ରହିଛି। କଂପ୍ୟୁଟର, ଇଲେକଟ୍ରୋନିକ୍ସ ଏବଂ ଅପ୍ଟିକାଲ ପ୍ରଡକ୍ଟ ମାନୁଫାକଚରିଂ ସର୍ବାଧିକ ନକାରାତ୍ମକ ଅଭିବୃଦ୍ଧି (-)୩୧.୩% ସ୍ତରରେ ରହିଛିୟ ଏହାବାଦ ମୋଟର ଭେଇକିଲ, ଟ୍ରେଲର, ସେମିଟ୍ରେଲର ମାନୁଫାକଚରିଂ କ୍ଷେତ୍ର ଏହା ପରେ ନିମ୍ନରେ ରହିଛି। ଏହି କ୍ଷେତ୍ରରେ ନକାରାତ୍ମକ ଅଭିବୃଦ୍ଧି (-) ୨୭.୯% ରହିଛିୟ ଏହି ସମୟ ମଧ୍ୟରେ କେମିକାଲ ପ୍ରଡକ୍ଟ କ୍ଷେତ୍ରରେ ସର୍ବାଧିକ ୩୧.୮% ଅଭିବୃଦ୍ଧି ହୋଇଛିୟ ସେହିଭଳି ବେସିକ୍‍ ମେଟାଲ କ୍ଷେତ୍ରରେ ଅଭିବୃଦ୍ଧି ୯.୪% ରହିଛି।

Show More

Related Articles

Back to top button