ଆଇପିଏଲ ପ୍ରଥମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକତା ନାଇଟ୍ ରାଇଡର୍ସ
ଆଇପିଏଲ ସିଜନ ୧୩ରେ ୪୨ ତମ ମ୍ୟାଚରେ ଆଜି ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ କୋଲକତା ନାଇଟ୍ ରାଇଡର୍ସ (କେକେଆର୍) । ଦିଲ୍ଲୀ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଟେବୁଲ ଶୀର୍ଷରେ ରହିଥିବା ବେଳେ କୋଲକତା ଦଳ ବର୍ତ୍ତମାନ ସୁଦ୍ଧା ସ୍ଥିର ପ୍ରଦର୍ଶନ ଦେଇ ପାରିନାହିଁ ।

ଆଇପିଏଲ ସିଜନ ୧୩ରେ ୪୨ ତମ ମ୍ୟାଚରେ ଆଜି ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ କୋଲକତା ନାଇଟ୍ ରାଇଡର୍ସ (କେକେଆର୍) । ଦିଲ୍ଲୀ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଟେବୁଲ ଶୀର୍ଷରେ ରହିଥିବା ବେଳେ କୋଲକତା ଦଳ ବର୍ତ୍ତମାନ ସୁଦ୍ଧା ସ୍ଥିର ପ୍ରଦର୍ଶନ ଦେଇ ପାରିନାହିଁ । ପ୍ଲେ ଅଫ୍ ଆଶା ବଜାୟ ରଖିବା ପାଇଁ କୋଲକାତାକୁ ଆଜିର ମ୍ୟାଚ୍ ଜିତିବା ନିହାତି ଆବଶ୍ୟକ ହୋଇପଡିଛି । ଏହି ମ୍ୟାଚ୍ ଆଜି ଦିନ ୩.୩୦ ମିନିଟରେ ଆବୁଧାବିରେ ଖେଳାଯିବ।
ଆଇପିଏଲ୍ ରେକର୍ଡ ମୁତାବକ, କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ ରାଜଧାନୀ ମଧ୍ୟରେ ୨୪ ଟି ମ୍ୟାଚ୍ ଖେଳାଯାଇଥିବା ବେଳେ । କୋଲକାତା ୧୩ଟି ମ୍ୟାଚ ଜିତିଥିବା ବେଳେ ଦିଲ୍ଲୀ ୧୧ ଟି ମ୍ୟାଚରେ ବିଜୟ ଲାଭ ହାସଲ କରିଛି ।
ଏହି ସିଜନରେ ପ୍ରଥମ ରାଉଣ୍ଡ ମୁକାବିଲାରେ କେକେଆରକୁ ୧୮ ରନରେ ପରାସ୍ତ କରି ଦିଲ୍ଲୀ ବିଜୟ ଲାଭ କରିଥିବାବେଳେ ଆଜିର ମ୍ୟାଚ ଜିତି ନିଶ୍ଚୟ ପ୍ରତିଶୋଧ ନେବାକୁ ଚାହିଁବ କେକେଆର ଦଳ । ୩ ଅକ୍ଟୋବରରେ, କୋଲକାତା ଦଳ ଶାରଜାଠାରେ ୨୨୯ ରନ୍ ପିଛା କରି ୨୧୦/୮ ସ୍କୋର କରିବାରେ ସକ୍ଷମ ହୋଇଥିଲା । ୧୪ପଏଣ୍ଟ ସହ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କେକେଆର୍ ବର୍ତ୍ତମାନ ୧୦ ପଏଣ୍ଟ ପାଇଛି। ତେବେ ଆଜିର ମ୍ୟାଚ ଜିତିବା ପାଇଁ କେକେଆର ଆପ୍ରାଣ ଉଦ୍ୟମ କରିବ। ଦିଲ୍ଲୀ ତରଫରୁ ଶିଖର ଧଓ୍ଵନ ଭଲ ଫର୍ମରେ ଥିବା ବେଳେ ଗତ ଦୁଇ ମ୍ୟାଚରେ ଶତକ କରିଛନ୍ତି। କିନ୍ତୁ ବାକି ବ୍ୟାଟସମ୍ୟାନଙ୍କ ବିଫଳ ପ୍ରଦର୍ଶନ କାରଣରୁ ଦଳ ପଞ୍ଜାବ ନିକଟରୁ ପରାଜୟ ଲାଭ କରିଥିଲା ।