Breaking PLUSଦେଶ ବିଦେଶମୁଖ୍ୟ ଖବର

ଦୁଇ ଦିନିଆ ସିକ୍କିମ୍ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଚୀନ୍ ସହ ଭାରତର ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସିକ୍କିମରେ ଥିବା ଚୀନ୍ ସୀମା ଗସ୍ତ କରିବେ। ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଚୀନ୍ ସୀମା ନିକଟରେ ଅସ୍ତ୍ର ପୂଜା କରିବେ

ଚୀନ୍ ସହ ଭାରତର ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସିକ୍କିମରେ ଥିବା ଚୀନ୍ ସୀମା ଗସ୍ତ କରିବେ। ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଚୀନ୍ ସୀମା ନିକଟରେ ଅସ୍ତ୍ର ପୂଜା କରିବେ । ଏହା ପରେ ସେନା କର୍ମଚାରୀଙ୍କ ସହ ଦଶହରା ମଧ୍ୟ ପାଳନ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ସିକ୍କିମରେ ଅନେକ ପ୍ରକଳ୍ପର ଉଦଘାଟନ କରିବେ ।

ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର 24-25 ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ଦାର୍ଜିଲିଂ ଏବଂ ସିକ୍କିମ ଗସ୍ତ କରିବେ। ସେ ତାଙ୍କ ଗସ୍ତ ସମୟରେ ପ୍ରତିବର୍ଶ ଦଶହରାରେ ଆୟୋଜନ ହେଉଥିବା ଶାସ୍ତ୍ର ପୂଜା (ଅସ୍ତ୍ର ପୂଜା) ମଧ୍ୟ କରିବେ ଏବଂ ସୀମା ସଡ଼କ ସଂଗଠନ (BRO) ଦ୍ୱାରା ନିର୍ମିତ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ |

ରାଜନାଥ ସିଂ ଶନିବାର ସୁକନାରେ ଅବସ୍ଥିତ ଭାରତୀୟ ସେନାର 33 କୋର କର୍ପସ କ୍ୟାମ୍ପ ଗସ୍ତରେ ଯିବେ। ଏହା ପରେ ସେ ରବିବାର ଦିନ ସିକ୍କିମର LAC ନିକଟରେ ଶେର୍ଥାଙ୍ଗ, ନାଥୁ ଲା ଏବଂ ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରିବେ | ଏହି ଗସ୍ତ ସମୟରେ ମନ୍ତ୍ରୀ ଭାରତୀୟ ଯବାନଙ୍କ ସହ ଆଲୋଚନା କରିବେ। ସେ ସିକ୍କିମରେ ଜେଏନ୍ଏମ୍ ବିକଳ୍ପ ଆକ୍ସେସ୍ ରୁଟ୍ ସମେତ ସୀମା ସଡକ ସଂଗଠନର ‘ପ୍ରୋଜେକ୍ଟ ସ୍ୱସ୍ତିକ୍’ ଅଧୀନରେ ଏହି ଅଞ୍ଚଳର କେତେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବେ।

ଏହି ଗସ୍ତ ଏଭଳି ଏକ ସମୟରେ ଆୟୋଜିତ ହେଉଛି କି ଯେତେବେଳେ ଭାରତ ଏବଂ ଚୀନ୍ ଅଷ୍ଟମ ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଆୟୋଜିତ ହେବାକୁ ଯାଉଛନ୍ତି ।

Show More

Related Articles

Back to top button