
ସୋନି ଗ୍ରୁପ କର୍ପଙ୍କ ଭାରତୀୟ ୟୁନିଟ୍ ଦେଶର ସର୍ବ ବୃହତ୍ତ ଟେଲିଭିଡନ ନେଟୱାର୍କ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜର୍ସ କ୍ରୟ ଲାଗି ଏକ ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ସଂସ୍ଥାର ପ୍ରମୁଖ ଅଧିକାରୀଙ୍କ ଅପସାରଣ ଲାଗି ସେୟାର ହୋଲ୍ଡରଙ୍କ ଦାବି ପରେ ଏହି ପଦକ୍ଷେପ ନିଆଯାଇଛି। ଫଳରେ ସଂସ୍ଥାଙ୍କ ୫୩ ପ୍ରତିଶତ ସୋନି ଇଣ୍ଡିଆଙ୍କ ମାଲିକାନାକୁ ଆସିଥିବା ବେଳେ ବଳକା ଅଂଶ ସେୟାରଧାରୀଙ୍କ ଅଧୀନରେ ରହିବ ବୋଲି ବୁଧବାର ଏକ ମିଳିତ ବିବୃତ୍ତିରେ କୁହାଯାଇଛି। ସୋନିଙ୍କ ଏହି ୟୁନିଟ୍ରେ ସେୟାରଧାରୀମାନେ ପୁଞ୍ଜି ନିବେଶ କରିବେ। ଫଳରେ ମୋଟ ପୁଞ୍ଜିର ପରିମାଣ ୧.୫୮ ବିଲିୟନ ଡଲାରକୁ ପହଞ୍ଚିବ। ତେବେ ବୋର୍ଡର ଅଧିକାଂଶ ପଦପଦବୀ ସୋନି ହାତରେ ରହିବ।
ରାଜିନାମାରେ ଉଭୟ କମ୍ପାନୀଙ୍କୁ ୯୦ ଦିନିଆ ଅବଧି ଦିଆଯାଇଛି। ଏହି ଅବଧି ଉଭୟ କମ୍ପାନୀ ବାଇଣ୍ଡିଂ ଏଗ୍ରିମେଣ୍ଟ ଲାଗି ସ୍ୱତନ୍ତ୍ର ଆଲୋଚନା କରିବେ। ଏହି ସମୟରେ ୟୁନିଟର ନେତୃତ୍ୱ ଜି ଏଣ୍ଟରଟେନମେଣ୍ଟର ସିଇଓ ପୁନିତ ଗୋୟଙ୍କା କରିବେ। ଗତ ସପ୍ତାହରେ ଜି ନେଟୱାର୍କରେ ୧୭.୯ ପ୍ରତିଶତ ସେୟାରର ମାଲିକ ଇନଭେସ୍କୋ ଡେଭଲପିଙ୍ଗ ମାର୍କେଟ ଫଣ୍ଡ ଏବଂ ଓଏଫଆଇ ଗ୍ଲୋବାଲ ଚାଇନା ଫଣ୍ଡ ଏଲଏଲସି ଗୋୟଙ୍କାଙ୍କ ସମେତ ଅନ୍ୟ ୨ ଜଣଙ୍କ ବହିଷ୍କାର ଲାଗି ଏକ ସ୍ୱତନ୍ତ୍ର ବୈଠକ ଆହ୍ୱାନ କରିଥିଲେ। ଫଳରେ ସଂକଟଗ୍ରସ୍ତ ଜିରେ ନୂଆ ମୋଡ ଆସିଛି। ୧୯୯୨ରେ ସ୍ଥାପିତ କମ୍ପାନୀରେ ସୁଭାଷ ଚନ୍ଦ୍ରା ଓ ତାଙ୍କ ପରିବାରଙ୍କ କର୍ତ୍ତୃତ୍ୱ ସମାପ୍ତ କରିବା ଲାଗି ନିବେଶକଙ୍କ ଏହା ଏକ ଉଦ୍ୟମ ଥିବା ବେଳେ ବୋର୍ଡର ୨ ଜଣ ସଦସ୍ୟ ତତ୍କାଳ ଇସ୍ତଫା ଦେଇଥିଲେ। ଏକଦା ଜି ରୁପର୍ଟ ମୋଡ୍ରକଙ୍କ ଭାରତୀୟ ଭାଗୀଦାର ଥିଲା।