Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ଘଟିଛି । ବିଦ୍ୟୁତ କାଟ ହୋଇଥିବା ସମୟରେ ଜଣେ ଯୁବକ ବିଦ୍ୟୁତ ଖୁଣ୍ଟରେ ଚଢ଼ି ସେଠାରୁ ଘରକୁ ସଂଯୋଗ ହୋଇଥିବା ତାରରେ ମରାମତି କାମ କରୁଥିଲେ। କିନ୍ତୁ ହଠାତ୍ ବିଦ୍ୟୁତ୍ ଆସି ଯିବାରୁ ଯୁବକ ଜଣଙ୍କ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇକାଳି ଗାଁରେ। ମୃତ ଯୁବକଙ୍କ ନାଁ ଆମାସ ଟୁଡୁ। ଆଜି ମଧ୍ୟାହ୍ନରେ ତାଙ୍କ ଘରେ ବିଦ୍ୟୁତ୍ ସମସ୍ୟା ଦେଖାଯାଇଥିଲା। ତାଙ୍କ ଘରକୁ ବିଦ୍ୟୁତ୍ ଖୁଣ୍ଟିରୁ ଆସିଥିବା ତାରରେ ସମସ୍ୟା ଥିବା ସେ ଜାଣିବାକୁ ପାଇଥିଲେ। ଏହା ପରେ ଯେତେବେଳେ ବିଦ୍ୟୁତ୍ କାଟ ହୋଇଥିଲା, ସେ ନିଜେ ବିଦ୍ୟୁତ୍ ଖୁଣ୍ଟକୁ ଚଢ଼ି ତାଙ୍କ ଘରକୁ ଯାଇଥିବା ସର୍ଭିସ୍ ତାରକୁ ସଜାଡ଼ୁଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆସିଯାଇଥିଲା। ବିଦ୍ୟୁତ୍ ଆଘାତରେ ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

 

Show More

Related Articles

Back to top button