ଦେଶମନୋରଞ୍ଜନ

ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘ଯଶୋଦା’

ବକ୍ସ ଅଫିସରେ ତିନୋଟି ଫିଲ୍ମ ରିଲିଜ ହୋଇଛି । ବିଗ୍‌ ବି’ଙ୍କ ଫିଲ୍ମ ‘ଉଞ୍ଚାଇ’ ସହ ହଲିଉଡ୍‌ ଫିଲ୍ମ ‘ବ୍ଲାକ୍‌ ପାନ୍ଥର୍‌-୨’ ଏବଂ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ‘ଯଶୋଦା’ ରିଲିଜ୍ ହୋଇଛି । କିନ୍ତୁ ଏହି ତିନୋଟି ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଥିବାବେଳେ ‘ଯଶୋଦା’କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି ।

ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’ ଦୁଇଦିନରେ ଭଲ ରୋଜଗାର କରିଛି। ଫିଲ୍ମଟି ୩୦ରୁ ୨୫ କୋଟି ବ୍ୟୟରେ ନିର୍ମିତ ହୋଇଥିବା ବେଳେ ପ୍ରଥମ ଦିନରେ ୩.୦୬ କୋଟି ଆୟ କରିଥିଲା। ସେହିପରି ଶନିବାର ଅର୍ଥାତ୍‌ ୨ୟ ଦିନରେ ୪ କୋଟି ବ୍ୟବସାୟ କରିଛି। ବର୍ତ୍ତମାନ ଦୁଇଦିନରେ ଫିଲ୍ମର ଆୟ ୭.୬ କୋଟିରେ ପହଞ୍ଚିଛି। ଫିଲ୍ମଟି ଭାବପ୍ରବଣତା ଏବଂ ନାଟକରେ ପରିପୂର୍ଣ୍ଣ ଥିବାବେଳେ ସାମନ୍ଥାଙ୍କ ଆକ୍ସନ ସମସ୍ତଙ୍କ ମନ ଜିଣିଛି।

 

Show More

Related Articles

Back to top button