ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗଙ୍କ ବାପାଙ୍କୁ ଇଡିର ଜେରା

ଭୁବନେଶ୍ୱର: ଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗଙ୍କ ବାପା ଆଜି ଇଡି ଅଫିସରେ ହାଜର ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ତାଙ୍କୁ ହାଜର ହେବା ପାଇଁ କୁହାଯାଥିବା ବେଳେ ଆଜି ସେ ଇଡି କାର୍ଯ୍ୟାଳୟରେ ସେ ହାଜର ହୋଇଥିବା ଜଣାପଡ଼ିଛି । ଅର୍ଚ୍ଚନାଙ୍କ ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଇଡି ତାଙ୍କୁ ପଚରାଉଚରା କରୁଛି । ଏତେ ସମ୍ପତ୍ତିର ମାଲିକାଣୀ କିପରି ହେଲେ ଅର୍ଚ୍ଚନା, ସେନେଇ ପଚରାଉଚରା କରୁଛି ଇଡି ।

୫ ବର୍ଷ ମଧ୍ୟରେ କେମିତି ଠୁଳ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି ସେ ନେଇ ମଧ୍ୟ ଇଡି ଖୋଳତାଡ କରୁଥିବା ସୂଚନାମିଳିଛି । ସେପଟେ ଧୀରେ ଧୀରେ ଖୋଲୁଛି ନାଗପେଡ଼ି । ଫିଟୁଛି ଅର୍ଚ୍ଚନାଙ୍କ ଗୁମର । ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗିପଡ଼ିଛି ଇଡି ।

ପ୍ରବର୍ତ୍ତନ ନିର୍ଦେଶାଳୟ ସାଇବର ଫରେନସିକ୍‌ ଏକ୍ସପର୍ଟର ସହାୟତା ନେଇଥିବା ଜଣାପଡ଼ିଛି । ଖଗେଶ୍ୱରଙ୍କ ମୋବାଇଲରୁ ବହୁ ଗୁମର ଖୋଲିବାକୁ ଏହି ସହାୟତା ନିଆଯାଇଥିବା କୁହାଯାଉଛି । ଅର୍ଚ୍ଚନାଙ୍କ ଗିରଫ ପରେ ଫୋନରୁ ବହୁ ତଥ୍ୟ ଡିଲିଟ୍‌ କରାଯାଇଥିବା ମଧ୍ୟ ଆଶଙ୍କା କରୁଛି ଇଡି ।

Show More

Related Articles

Back to top button