ଓଡ଼ିଶାଦେଶ ବିଦେଶ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଦାବି, ଭ୍ୟାକସିନ୍‌କୁ ମାତ୍‌ ଦେଇପାରେ ନୂଆ ଭାରିଏଣ୍ଟ ‘Mu’

କରୋନା ଭୂତାଣୁର ଆଉ ଏକ ରୂପ ଚିନ୍ତା ବଢ଼ାଇଛି । ଏମୟୁ ବା ‘ମୁ’ ଭାରିଏଣ୍ଟର ଭୂତାଣୁକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଚିନ୍ତାଜନକ ତଥ୍ୟ ଦେଇଛି।

‘ମୁ’ ଭାରିଏଣ୍ଟରେ କରୋନା ଟିକାକୁ ପ୍ରଭାବହୀନ କରିଦେବାର ସମ୍ଭାବ୍ୟ ଲକ୍ଷ୍ୟଣ ଦେଖିବାକୁ ମିଳିଛି । ଭୂତାଣୁର ନୂଆ ରୂପକୁ ‘ଭାରିଏଣ୍ଟ ଅଫ୍‌ ଇଂଟ୍ରେଷ୍ଟ’ କ୍ୟାଟେଗୋରିରେ ରଖାଯାଇଥିବା ବେଳେ ଏହା ଉପରେ ପରୀକ୍ଷା ଚାଲିଛି ।Muର ବୈଜ୍ଞାନିକ ନାମକରଣ B.୧.୬୨୧ । ୩୦ ଅଗଷ୍ଟରେ ଏହାକୁ WHOର ସମୀକ୍ଷା ସୂଚୀରେ ରଖାଯାଇଥିଲା। ଏହି ଭାରିଏଣ୍ଟ ଅନେକ ଗୁଡ଼ିଏ ମ୍ୟୁଟେସନ୍‌ରୁ ତିଆରି ହୋଇଛି। ଯାହା ଇମ୍ୟୁନ୍‌ ସିଷ୍ଟମକୁ ଦୁର୍ବଳ କରିବାର କ୍ଷମତା ମଧ୍ୟ ରଖିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସାପ୍ତାହିକ ବୁଲେଟିନ୍‌ରେ ସୂଚନା ଦିଆଯାଇଛି ।

ମୁ ଭାରିଏଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବା ସହ ଭ୍ୟାକସିନ୍‌କୁ ପ୍ରତିରୋଧ କରିପାରେ ବୋଲି ଆଣଙ୍କା କରାଯାଉଛି। କିନ୍ତୁ ଏହା ଉପରେ ଆହୁରି ଗବେଷଣାର ଆବଶ୍ୟକତା ଥିବା ୟୁଏନ୍‌ ଏଜେନ୍ସି କହିଛି।ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ଏହି ଭାରିଏଣ୍ଟର ଫେନୋଟାଇପିକ୍‌ ଏବଂ କ୍ଲିନିକାଲ୍‌ ବିଶେଷତ୍ବକୁ ବୁଝିବା ପାଇଁ ଆହୁରି ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି। ବିଟା ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଯେଉଁଭଳି ରୂପ ଦେଖାଇଥିଲା Mu ଠିକ୍‌ ସେମିତି ବ୍ୟବହାର ଦେଖାଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

Show More

Related Articles

Back to top button