ଓଡ଼ିଶାଦେଶଦେଶ ବିଦେଶସ୍ୱାସ୍ଥ୍ୟ

ଆଜି ହେଉଛି ‘ବିଶ୍ୱ ଏଡ୍ସ ଦିବସ’ । ବାଲୁକା ଚିତ୍ରକଳା ମାଧ୍ୟମରେ ସଚେତନତା ବାର୍ତ୍ତା ରଖିଲେ ସୁଦର୍ଶନ ପଟ୍ଟନାୟକ

ଆଜି ହେଉଛି ‘ବିଶ୍ୱ ଏଡ୍ସ ଦିବସ’ । ବିଶ୍ୱ ବାସୀଙ୍କୁ ପ୍ରତିବର୍ଷ ଘାତକ ଏଚଆଇଭି ଏଡ୍ସ ବାବଦରେ ସଚେତନ କରିବାକୁ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସର ବାର୍ତ୍ତା ଭିନ୍ନ ଭିନ୍ନ ହୋଇଥାଏ । ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି ‘ ଅସମାନତା ହଟାଅ, ଏଡ୍ସକୁ ଦୂରାଅ’ ।

ସର୍ବପ୍ରଥମେ ଏଡ୍ସ ଦିବସକୁ ବିଶ୍ୱ ସ୍ତରରେ ଆରମ୍ଭ କରିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ଜେମ୍ସ ଡବ୍ଲୁ ୱିନ୍ ଓ ଥମ୍ସ ନେଦର ନାଁରେ ଦୁଇ ଜଣ ଅଧିକାରୀ । ଏହାକୁ ପ୍ରଥମେ ୧୯୮୮ ରେ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ଏହାକୁ ମୁଖ୍ୟତଃ ଯୁବଗୋଷ୍ଠୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲେ ବି ପରେ ଏହାକୁ ସବୁ ବର୍ଗଙ୍କୁ ଫୋକସ୍ କରି ଏହି ଅଭିଯାନ ଜାରି ରହିଥିଲା ।

ଆଜି ଏହି ଅବସରରେ ବାଲୁକା ଚିତ୍ରକଳାରେ ଏଡ୍ସକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ସୁଦର୍ଶନ ଅତି ସୁନ୍ଦର ଭାବେ ବାଲୁକା ଚିତ୍ରକଳାଟି ଗଢି ଥିବା ବେଳେ ଚିତ୍ରରେ ରେଡ଼ ରିବନ୍ କୁ ସ୍ଥାନ ଦେଇଛନ୍ତି ଏବଂ ଏଡ୍ସକୁ ନେଇ ସଚେତନତା ବାର୍ତ୍ତା ମଧ୍ୟ ଦେଇଛନ୍ତି ।

Show More

Related Articles

Back to top button