ଅପରାଧଆଇନ କାନୁନଦେଶସ୍ୱତନ୍ତ୍ର

ଟଙ୍କା ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଚଣ୍ଡିଗଡ଼ : ଟଙ୍କା ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଅମୃତସର ଜଣ୍ଡିଆଲା ଗୁରୁରେ । ଜଣେ ମହିଳା ୧୫ ଲକ୍ଷ ଟଙ୍କା ପାଇବା ପାଇଁ ସ୍ୱାମୀଙ୍କୁ ଛୁରି ଭୁଶି ଅତି ନିର୍ମମ ଭାବେ ହତ୍ୟା କରିଛି । ହତ୍ୟା ପରେ ସଂପୂର୍ଣ୍ଣ ଘଟଣାକୁ ଡକାୟତିର ରୁପ ଦେବା ପାଇଁ ମହିଳା ଜଣକ ଷଡଯନ୍ତ୍ର ରଚିଥିବା ଜଣାଯାଇଛି । ମହିଳା ଜଣକ ରାସ୍ତା ଉପରେ ସ୍ୱାମୀଙ୍କୁ ପଛରୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିବା ବେଳେ ନିଜକୁ କ୍ଷତାକ୍ତ କରିଥିଲା । ପୋଲିସ ଅତି ଚତୁରତାର ସହ ତଦନ୍ତ କରି ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମହିଳା ହେଲେ ନରିନ୍ଦର କୌର ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ନରିନ୍ଦର କୌରଙ୍କ ସ୍ୱାମୀ ମନଜିତ ସିଂହ ଦୀର୍ଘ ୨୦ ବର୍ଷ ହେବ ରୋଗାଗ୍ରସ୍ତ ଅଛନ୍ତି । ଚିକିତ୍ସା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେଉଥିବା ଯୋଗୁଁ ଘରେ ଆର୍ଥିକ ଅନଟନ ଲାଗି ରହୁଥିଲା । ନରିନ୍ଦର କୌର ଜଣେ ବୀମା ଏଜେଣ୍ଟ ଥିଲେ । ୫ ମାସ ତଳେ ଅର୍ଥ ଅଭାବରୁ ନରିନ୍ଦର ତାଙ୍କ ସ୍ୱାମୀଙ୍କ ୧୫ ଲକ୍ଷ ଟଙ୍କା ବୀମା କରାଇଥିଲେ । ଗତ ମେ୫ ତାରିଖରେ ଉଭୟ ପତି ପତ୍ନୀ ଔଷଧ ଆଣିବା ପାଇଁ ବାହାରକୁ ଯାଇଥିଲେ । ବୁଲାରା ମେଟବାଲା ଗାଁ ନିକଟରେ ମହିଳା ଜଣକ ତାଙ୍କ ପତିଙ୍କୁ ପଛରୁ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲା । ତାଙ୍କର ମୃତ ଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ପ୍ରାରମ୍ଭିକ ତଦନ୍ତ ବେଳେ ଏହା ଏକ ଲୁଟ ଘଟଣା ବୋଲି ପୋଲସର ସନ୍ଦେହ ହୋଇଥିଲା । ହେଲେ ପରେ ମୃତ୍ୟୁ ସ୍ଥାନରୁ ଏପରି ସୁରାକ ମିଳିଥିଲା ଯେ ଯାହାକି ପତ୍ନୀଙ୍କ ଆଡକୁ ଇସାରା କରିଥିଲା । ଅଭିଯୁକ୍ତ ମହିଳା ମାମଲାକୁ ଡକାୟତିରେ ବଦଳାଇ ଦେଇଥିଲେ । ଏଥିପାଇଁ ସେ ନିଜକୁ ମଧ୍ୟ ଆଘାତ କରିଥିଲେ । ଯାଞ୍ଚରୁ ଜଣାପଡ଼ିଥିଲା ଯେ ମାତ୍ର ୧୫ ଲକ୍ଷ ବୀମା ଟଙ୍କା ପାଇଁ ନରିନ୍ଦର ତାଙ୍କ ପତିଙ୍କ ହତ୍ୟା କରିଥିଲେ ।

Show More

Related Articles

Back to top button