ଭଦ୍ରକରେ ଚାଞ୍ଚଲ୍ୟ, ବିବାହିତା ମହିଳାଙ୍କୁ ଗଳାକାଟି ହତ୍ୟା
ବିବାହିତା ମହିଳାଙ୍କ ଗଳା କାଟି ବିଭତ୍ସ ହତ୍ୟା। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ରହଣିଆ ପଂଚାୟତ ନୂଆପୋଖରୀ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତ କାଲି ସନ୍ଧ୍ୟା ଠାରୁ ଉକ୍ତ ଗାଁର ରାଧାରାଣୀ ମହାନ୍ତି ନାମକ ଜଣେ ମହିଳା କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ। ତେବେ ଆଜି ସକାଳୁ ଗାଁ ପାଖ ଏକ ରାସ୍ତା କଡ଼ରେ ତାଙ୍କ ମୃତ ଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ।

ତେବେ ମହିଳା ଜଣଙ୍କ ତଣ୍ଟିକୁ କାଟି କେହି ହତ୍ୟା କରିଛନ୍ତି। ଅନ୍ୟ ପକ୍ଷରେ ମୃତା ମହିଳାଙ୍କ ସ୍ୱାମୀ ନାରଣ ମହାନ୍ତି ଏହି ଘଟଣା ପରେ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି। ମହିଳା ଜଣଙ୍କ ୬ ବର୍ଷ ପୂର୍ବେ ନାରଣ ମହାନ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ୫ ବର୍ଷର ଗୋଟିଏ ଝିଅ ଅଛି। ତେବେ କେଉଁ କାରଣରୁ ମହିଳାଙ୍କୁ ଏଭଳି ବିଭତ୍ସ ହତ୍ୟା କରାଯାଇଛି, ତାହା ଜଣା ପଡ଼ିନାହିଁ। ଏହି ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଂଚି ଶବଟିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣ ପାଇଁ ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ।