Breaking PLUSଓଡ଼ିଶାମୁଖ୍ୟ ଖବର

ଲୁହା ପାଇପ୍‌ରେ ପିଟିପିଟି ସ୍ୱାମୀର ଜୀବନ ନେଲା ସ୍ତ୍ରୀ

ଶନିବାର ଵିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଶୁଖା ମହାଦେବ ଡୁଙ୍ଗରିପଡ଼ା ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅଵସ୍ଥାରେ ସ୍ବାମୀକୁ ଲୁହା ପାଇପରେ ପିଟିପିଟି ହତ୍ୟା କରିଛି ସ୍ତ୍ରୀ। ଏହାପରେ ଥାନାକୁ ଯାଇ ଆତ୍ମସମର୍ପଣ କରିଛି ସ୍ତ୍ରୀ। ନିହତ ସ୍ବାମୀ ହେଲେ ପ୍ରକାଶ କୁଜୁର (୪୫)। ଅଭିଯୁକ୍ତା ସ୍ତ୍ରୀଙ୍କ ନାମ ସୁଷମା(୩୫)।

ସୂଚନା ଅନୁଯାୟୀ, ଶନିବାର କୌଣସି କଥାକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉତକ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀକୁ ମାଡ଼ ମାରିଥିଲେ। ପରେ ଉଭୟେ ଚୁପ୍ ହୋଇ ଯାଇଥିଲେ। ରାତିରେ ସ୍ବାମୀ ପ୍ରକାଶ ଖଟରେ ଶୋଇଯିବା ପରେ, ସ୍ତ୍ରୀ ଏକ ଲୁହା ପାଇପରେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲା। କଣ ଘଟୁଛି ଜାଣିବାକୁ ପ୍ରକାଶକୁ ସୁଯୋଗ ଦେଇ ନଥିଲା ସ୍ତ୍ରୀ। ପ୍ରହାର ପରେ ପ୍ରହାର କରିବା ପରେ ସେଇଠି ହିଁ ପ୍ରକାଶଙ୍କ ପ୍ରାଣ ଚାଲିଯାଇଥିଲା। ତଳସରା ପୁଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ପଠାଇଵା ସହ ରକ୍ତଭିଜା ଲୁହା ପାଇପକୁ ଜବତ କରି ଚଦନ୍ତ ଚଲାଇଛି। ଘଟଣାଟି ବାଲିଶଙ୍କରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

Show More

Related Articles

Back to top button