Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ପ୍ରଚାର ପାଇଁ ଆସନ୍ତାକାଲି ପିପିଲି ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ସରଗରମ ହେଉଛି ପିପିଲି ନିର୍ବାଚନ । ଜମୁଛି ପ୍ରଚାର ମୈଦାନ । ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ତିନି ଦଳ । ପିପିଲି ଗଡ ହାତେଇବାକୁ ଚାଲିଛି ଜୋରଦାର ପ୍ରୟାସ । ଡେରା ପକାଇଛନ୍ତି ବଡ ବଡ ନେତା ମନ୍ତ୍ରୀ । ଆଉ ଏହାରି ମଧ୍ୟରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଆସନ୍ତାକାଲି ପିପିଲି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା କାଲି ଭର୍ଚୁଆଲ ମାଧ୍ୟମରେ ପିପିଲି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିଲି ବ୍ଲକ୍ ଓ ଏନଏସି ପାଇଁ ପ୍ରଚାର କରିବେ ନବୀନ । ଡେଲାଙ୍ଗ ବ୍ଲକରେ ରୁଦ୍ରଙ୍କ ପାଇଁ ଭୋଟ୍ ମାଗିବେ ନବୀନ । ଭର୍ଚୁଆଲ ପ୍ରଚାର ପାଇଁ ପିପିଲି ବ୍ଲକର ୩ଟି ସ୍ଥାନରେ ବ୍ୟବସ୍ଥା ହୋଇଛି । ଡେଲାଙ୍ଗ ରେଞ୍ଜ, ବଡ ଆଙ୍କୁଲା ଓ ସିଙ୍ଗ ବ୍ରହ୍ମପୁରରେ କରିବେ ପ୍ରଚାର ।

Show More

Related Articles

Back to top button