Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

WMO: ଗରମ, ସ୍ୱଳ୍ପବୃଷ୍ଟି ଏବଂ ବନାଗ୍ନୀ, ଚଳିତ ବର୍ଷର ଜୁଲାଇ ଆଜି ଯାଏଁର ସବୁଠୁ ଉତ୍ତପ୍ତ ଜୁଲାଇ

ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ଅନୁସାରେ ୧୯୯୧-୨୦୨୦ ତୁଳନାରେ ୟୁରୋପୀୟ ଅଞ୍ଚଳରେ ହାରାହାରି ୦.୪ ଡିଗ୍ରୀ ତାପମାତ୍ରା ଅଧିକ ରହିଛି । ଦକ୍ଷିଣ-ପୂର୍ବ ଏବଂ ପଶ୍ଚିମ ୟୁରୋପ ହାରାହାରି ଠାରୁ ଅଧିକ ଗରମ ରହିଛି । ଜୁଲାଇ ମଧ୍ୟରେ ଏଠାରେ ଲୁ ଦେଖିବାକୁ ମିଳିଥିଲା ।

ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ମୁଖପାତ୍ର କ୍ଲେୟର ନ୍ୟୁଲିସଙ୍କ କହିବା କଥା, ଏହି ଗରମ ଲା ନୀନ ପ୍ରଭାବ ସତ୍ତ୍ୱେ ହୋଇଛି । ସଂଗଠନର ମୁଖପାତ୍ର କହିଛନ୍ତି, ଗତ ଜୁଲାଇ ମାସ ଆଜି ଯାଏଁ ସବୁଠୁ ଗରମ ଜୁଲାଇ ହୋଇଛି । ଏହା ପୂର୍ବରୁ ୨୦୧୬ ଜୁଲାଇରେ ଅଧିକ ଗରମ ଅନୁଭବ ହୋଇଥିଲା । ପର୍ତ୍ତୁଗାଲ, ଫ୍ରାନ୍ସର ପଶ୍ଚିମାଞ୍ଚଳ ଏବଂ ଆୟରଲାଣ୍ଡରେ ରେକର୍ଡ ଗରମ ଅନୁଭବ ହୋଇଛି, ତେବେ ଇଂଲଣ୍ଡରେ ତାପମାତ୍ରା ପ୍ରଥମ ଥର ୪୦ ଡିଗ୍ରୀ ଛୁଇଁଛି ।

ସ୍ପେନରେ ମଧ୍ୟ ଜୁଲାଇ ମାସ ଆଜି ଯାଏଁ ରେକର୍ଡ ଭାଙ୍ଗିଛି । ଜୁଲାଇ ମାସରେ ଏଠାରେ ହାରାହାରି ତାପମାତ୍ରା ୨୫.୬ ଡିଗ୍ରୀ ରହିଥିଲା । ଜୁଲାଇ ମାସରେ ଆଣ୍ଟର୍କଟିକା ମହାସାଗରରେ ମଧ୍ୟ ଆଜି ଯାଏଁର ସବୁଠୁ କମ ବରଫ ଦେଖିବାକୁ ମିଳିଛି । ଏହା ହାରାହାରି ଠାରୁ ୭ ପ୍ରତିଶତ କମ ରହିଛି । ଆଣ୍ଟର୍କଟିକା ସାଗରରେ ବରଫ ହାରାହାରି ଠାରୁ ୪ ପ୍ରତିଶତ କମ ଥିଲା, ସାଟେଲାଇଟ ରେକର୍ଡରୁ ଏହା ଜଣାପଡିଛି ।

Show More

Related Articles

Back to top button