ଓଡ଼ିଶାସ୍ୱତନ୍ତ୍ରସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୧ ଜଣ କରୋନା ପଜିଟିଭ ଚିହ୍ନଟ

ଆଜି ରାଜ୍ୟରେ ପୁଣି ହଜାରେ ତଳକୁ କମିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦୮ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୭୬ ଜଣ ଚିହ୍ନଟ ହୋଇ ଅନୁଗୁଳ ଜିଲ୍ଲାରୁ ୩ ଜଣ ବାଲେଶ୍ବର ଜିଲ୍ଲାରୁ ୧୨ ଜଣ, ବରଗଡ଼ରୁ ୧୭, ଭଦ୍ରକରୁ ୧୨ ଜଣ, ବଲାଙ୍ଗୀରରୁ ୨୮ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୩୮ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୨, ଗଜପତିରୁ ୫ ଜଣ, ଗଞ୍ଜାମରୁ ୬, ଜଗତସିଂହପୁରରୁ ୫ ଜଣ, ଯାଜପୁରରୁ ୧୦ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୬ ଜଣ, କନ୍ଧମାଳରୁ ୧୫ ଜଣ, କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧା ଜିଲ୍ଲାରୁ ୧୪୦, କୋରାପୁଟ ଜିଲ୍ଲାରୁ ୧୬ ଜଣ, ମୟୂରଭଞ୍ଜରୁ ୫୯ ଜଣ, ନବରଙ୍ଗପୁରରୁ ୧୧ ଜଣ, ନୟାଗଡ଼ ଜିଲ୍ଲାରୁ ୮ ଜଣ, ନୂଆପଡ଼ାରୁ ୧୬ ଜଣ, ପୁରୀରୁ ୨ ଜଣ, ରାୟଗଡ଼ାରୁ ୧୦ ଜଣ, ସମ୍ବଲପୁରରୁ ୪୧ ଜଣ, ସୋନପୁରରୁ ୨୦ ଜଣ, ସୁନ୍ଦରଗଡ଼ରୁ ୧୭୬ ଜଣ ଓ ଷ୍ଟେଟପୁଲରୁ ୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

Show More

Related Articles

Back to top button