Breaking PLUSମୁଖ୍ୟ ଖବରରାଜନୀତିସାକ୍ଷାତକାରସ୍ୱାସ୍ଥ୍ୟ

ଅସୁସ୍ଥତା କାରଣରୁ ଦିଲ୍ଲୀ ଯିବେନି କଂଗ୍ରେସ ନେତା ନରସିଂହ ମିଶ୍ର

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡିଶା ନେତା ଓ ମନ୍ତ୍ରୀ ଭେଟିବା ପ୍ରସଙ୍ଗ। ଦିଲ୍ଲୀ ଯିବେନି କଂଗ୍ରେସ ନେତା ନରସିଂହ ମିଶ୍ର। ଅସୁସ୍ଥତା କାରଣରୁ ଦିଲ୍ଲୀ ଯିବେ ନାହିଁ ନରସିଂହ ମିଶ୍ର । ଅଗଷ୍ଟ ୩ ତାରିଖରେ ବିଧାୟକମାନେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଖବର ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ଵରେ ଏକ ଟିମ୍ ୨ ତାରିଖରେ ଦିଲ୍ଲୀ ଯିବେ। ଏହି କମିଟିରେ ୨୬ ଜଣ ବିଧାୟକ, ମନ୍ତ୍ରୀଙ୍କ ସମେତ କଂଗ୍ରେସ, ବିଜେପି ଓ ବିଜେଡିର ସଦସ୍ୟ ରହିଛନ୍ତି। ସମସ୍ତ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ନେଗେଟିଭ୍ ରିପୋର୍ଟ ଆସିବା ପରେ ସମସ୍ତ ସଦସ୍ୟ ଦିଲ୍ଲୀ ଯିବେ।

Show More

Related Articles

Back to top button