ସ୍ୱାସ୍ଥ୍ୟ

କେଉଁ ଖାଦ୍ୟ ସହ ମହୁ ମିଶାଇ ଖାଇବା କ୍ଷତିକାରକ ହୋଇପାରେ ?

ଆସନ୍ତୁ ପଢିବା ସେ ବିଷୟରେ-

ଆପଣ ଯଦି ମିଠା ଖାଇବାର ସଉକ ଅଟନ୍ତି ତେବେ ଚେଷ୍ଟା କରନ୍ତୁ ଚିନି ସ୍ଥାନରେ କିପରି ମହୁ ଓ ଗୁଡ଼ ସେଵଵାନ କରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ l ମହୁରେ ଗ୍ଲୁକୋଜ ଓ ଅନ୍ୟ ଶର୍କରା ଯେପରିକି ଭିଟାମିନ ,ଖଣିଜ ଓ ଅମିନୋ ଏସିଡ ମଧ୍ୟ ରହିଛି ଯାହାଦ୍ୱାରା ଅନେକ ପୌଷ୍ଟିକ ତତ୍ୱ ମିଳିଥାଏ l ଯାହା କୌଣସି କ୍ଷତକୁ ଠିକ କରିବା ସହିତ ତାହାକୁ ଉପଚାର କରିବାରେ ସାହାଯ୍ୟ କରେ l ଆୟୁର୍ବେଦରେ ମହୁକୁ ଜୀବାଣୁ ପ୍ରତିରୋଧକ କୁହାଯାଏ l ଅଧିକାଂଶ ଲୋକ ସୀତ ଋତୁରେ ମହୁ ଅଧିକ ପରିମାଣରେ ବ୍ୟବହାର କରିଥାନ୍ତି ,କିନ୍ତୁ ଏହାର ଲାଭ ସହିତ କିଛି ମାତ୍ରାରେ ଆମକୁ ସାବଧାନତାର ପଦକ୍ଷପ ନେବାର ଆବଶ୍ୟକ l

ଆମେ ଯଦି ମହୁ ସେବନ କରୁଛୁ ତେବେ କେଉଁ କଥାର ସବୁ ଧ୍ୟାନ ରଖିବା ବଶ୍ୟକ ସେ ବିଷୟରେ ଆସନ୍ତୁ ଜାଣିବା l ଥଣ୍ଡା ଧରିଥିବା ସମୟରେ କିମ୍ବା ଶୀତଋତୁରେ ମହୁ ଖାଇବା ଉଚିତ ,ମହୁ ଅନିଦ୍ରା ଦୁରକରିଥାଏ ,ପାଚନ ପ୍ରକ୍ରିୟାକୁ ଠିକ କରିବାରେ ସାହାଯ୍ୟ କରେ ମହୁ ,କାଶ ଠିକ କରେ ମହୁ ,ଯଦି ମୁଣ୍ଡ ବିନ୍ଧାଯନ୍ତ୍ରଣାକୁ ଠିକ କରେ ମହୁ ,ସୁନ୍ଦର ତ୍ୱଚାକୁ ବୃଦ୍ଧି କରିଥାଏ ମହୁ ,ଥାକ ପଣ ଦୁରକରିଥାଏ ମହୁ ,ଶରୀରର ଓଜନ କମାଇବାରେ ସାହାଯ୍ୟ କରେ ମହୁ l ଏହି ସବୁ ଅବସ୍ଥାରେ ଆପଣ ମହୁର ସେବନ କରି ପାରିବେ l

କେଉଁ ଜିନିଷ ସହିତ ଖାଇବା ନାହିଁ ମହୁ ଆସନ୍ତୁ ଜାଣିବା –

ମହୁରେ ଗରମ ଅଂଶ ରହିଥାଏ ,ତେଣୁ ଏହାକୁ ଗରମ ଖାଦ୍ୟ ସହିତ ଖାଇବା ଆବଶ୍ୟକ ନୁହେଁ l ଏହାକୁ ଯଦି ଆମେ ଗରମ ଖାଦ୍ୟରେ ଖାଇବା ତେବେ ଡାଇରିଆ ହେବାର ସମ୍ଭାବନା ଅଛି l

ଚାହା କିମ୍ବା କଫିରେ କେବେବି ମହୁ ସେବନ କରନ୍ତୁ ନାହିଁ କାରଣ ଏହା ଶରୀରର ତାପମାତ୍ରାକୁ ବଢ଼ାଇ ଦେଇଥାଏ ଓ ତାପମାତ୍ରା ବଢିବା ଫଳରେ ମାନସିକ ଚାପ ମଧ୍ୟ ବଢିବାର ସମ୍ଭାବନା ଥାଏ l

ମୂଳା ସହିତ ମହୁ କେବେ ଖାଇବେ ନାହିଁ ,ଏହା ଦ୍ୱାରା ଶରୀରରେ ଟକ୍ସିନ ତିଆରି ହେବାକୁ ଲାଗିଥାଏ l

ମାଂସ କିମ୍ବା ମାଛ ସହିତ ମହୁ ସେବନ କରିବା ଶରୀରରେ ଟକ୍ସିନ ପ୍ରସ୍ତୁତ କରିଥାଏ ,ଏହା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ l

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଘିଅ ଓ ମହୁକୁ ସମାନ ପରିମାଣରେ ଖାଇବା ଆବଶ୍ୟକ ନୁହେଁ ,ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ l

Show More

Related Articles

Back to top button