ଦେଶ ବିଦେଶବାଣିଜ୍ୟ

ବୀମା ସହ PMAY ରିଲଞ୍ଚ ନିମନ୍ତେ ସରକାରଙ୍କୁ CIIଙ୍କ ପରାମର୍ଶ

କ୍ରେଡିଟ୍ ଲିଙ୍କ ବୀମା କଭର ସହ ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)କୁ ପୁର୍ବିନ୍ୟାସ କରିବା ନିମନ୍ତେ ରବିବାର କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

୨୦୨୨ ସୁଦ୍ଧା ଦେଶରେ ସମସ୍ତଙ୍କ ଲାଗି ପକ୍କାଘର ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ କୌଣସି କାରଣରୁ ହିତାଧିକାରୀଙ୍କ ପରଲୋକ ହେଲେ ଅଥବା ସେ ଅକ୍ଷମ ହେଲେ ଯୋଜନାରେ ବୀମା କଭରେଜ ନଥିବାରୁ କ୍ଷତିଭରଣା କରିବାକୁ ଅସମର୍ଥ ହେବ ବୋଲି ଉଦ୍ୟୋଗ ସଂଘ କହିଛନ୍ତି।ଏଣୁ ଯୋଜନାର ନବୀକରଣ ଜରୁରି ବୋଲି ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି। ପିଏମଏୱାଇ ଯୋଜନାକୁ ଅନ୍ତର୍ନିହିତ କ୍ରେଡିଟ୍‌ ଲିଙ୍କ ବୀମା ସହ ସଂଯୁକ୍ତ କରି ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଯାହା ଦ୍ୱାରା ଯୋଜନାର ହିତାଧିକାରୀଙ୍କ କୌଣସି ପ୍ରକାର କ୍ଷତିକୁ ବୀମା ବହନ କରିବାରେ ସକ୍ଷମ ହେବ। ସେ କହିଛନ୍ତି ଯେ ସୁଲଭ ଗୃହ ଅର୍ଥନୈତିକ ବିକାଶର ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏଥିରେ ଯଦି ଋଣ ଗ୍ରହୀତାଙ୍କ ଅସମୟ ମୃତ୍ୟୁ ହୁଏ ଅବଶିଷ୍ଟ ଋଣ ରାଶି ଉପରେ ଏହା ବାଧା ସୃଷ୍ଟି କରିପାରେ। ଏଣୁ ଏପରି ଜରୁରି ପରିସ୍ଥିତିକୁ କେବଳ କ୍ରେଡିଟ ଲିଙ୍କଡ ବୀମା ମୁକାବିଲା କରିପାରିବ ବୋଲି ସେ କହିଛନ୍ତି।ବର୍ତ୍ତମାନ ସାରା ଦେଶ କରୋନା ଭାଇରସ ମହାମାରୀରେ ଗ୍ରସିତ ହୋଇଛି। ଭୂତାଣୁ ସଂକ୍ରମଣ ଉଭୟ ଲୋକଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଉଛି। ଏଥିରେ ଏବେ ପାରିବାରିକ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ସମାଜର ସବୁ ବର୍ଗ ଏବେ ଚିକିତ୍ସା ବାବଦ ଖର୍ଚ୍ଚ, ବେକାରୀ ସାଙ୍ଗକୁ ମୁଦ୍ରାସ୍ପିତିର ଚାପ ମୁକାବିଲାରେ ବ୍ୟସ୍ତ। ଏଥିରେ ଅନ୍ତର୍ନିହିତ ବୀମା ସବୁ ପରିସ୍ଥିତିର ମୁକାବିଲାରେ ସହାୟକ ହୋଇପାରିବ ବୋଲି ବାନାର୍ଜୀ ଆଶାପ୍ରକାଶ କରିଛନ୍ତି।ଏକ ଷ୍ଟାଣ୍ଡାର୍ଡ ପ୍ରିମିୟମ ହାରରେ ଋଣଗ୍ରହୀତାଙ୍କ ଦ୍ୱାରା ଅଂଶୀଦାର ବ୍ୟାଙ୍କମାନଙ୍କ ସହାୟତାରେ ଏପରି ବୀମା କରାଯାଇପାରେ।

ଏ ନେଇ ସିଆଇଆଇ କେନ୍ଦ୍ର ଅର୍ଥମନ୍ତ୍ରାଳୟ, ଆଇଆରଡିଏ ଓ ନ୍ୟାସନାଲ ହାଉସିଂ ବ୍ୟାଙ୍କକୁ ଏକ ଉପସ୍ଥାପନା ମଧ୍ୟ ଦେଇଛନ୍ତି। ଏହି ଯୋଜନାର ବର୍ତ୍ତମାନ ବ୍ୟବସ୍ଥା ଅନୁସାରେ ଋଣଦାନକାରୀ ବ୍ୟାଙ୍କମାନେ ଆଂଶିକ ସୁରକ୍ଷିତ ଅଛନ୍ତି। କାରଣ ଯୋଜନାର ଲାଭ ନେଇଥିବା ଲୋକଙ୍କ ସମ୍ପତ୍ତିର ଡକ୍ୟୁମେଣ୍ଟ ବ୍ୟାଙ୍କମାନଙ୍କ ପାଖରେ ବନ୍ଧକ ରହୁଛି। ହେଲେ ଶେଷ ଋଣର ଗ୍ୟାରେଣ୍ଟି ନାହିଁ ବୋଲି ବାନାର୍ଜୀ କହିଛନ୍ତି।ସେ କହିଛନ୍ତି ଯେ ଉଦ୍ଦେଶ୍ୟମୂଳକ ଭାବେ ଯୋଜନାର ଦୀର୍ଘମିଆଦି ଲାଭ ସମ୍ପୂର୍ଣ୍ଣ ରୂପେ ନିଆଯାଇପାରୁନାହିଁ। ସମସ୍ତଙ୍କ ଲାଗି ଘର ପରିବର୍ତ୍ତେ ଆର୍ଥିକ ସିଡିରେ ଦେଶକୁ ତଳକୁ ଓହ୍ଲାଯାଉଛି। ହୁଏତ ପରବର୍ତ୍ତି ସମୟରେ ଶୋକ ସନ୍ତପ୍ତ ପରିବାରଙ୍କ ନିଜସ୍ୱ ଗୃହ ନଥାଇପାରେ ଓ ଋଣଦାତା ଅଥବା ବ୍ୟାଙ୍କଙ୍କୁ ସେମାନଙ୍କ ନିଜ ହାଲ ଉପରେ ଛାଡି ଦିଆଯାଇପାରେ। ଏହା ଦ୍ୱାରା ଏନପିଏ ଆକାଉଣ୍ଟ ସଂଖ୍ୟା ବଢିବା ସହ ଆର୍ଥିକ ବିକାଶ ଉପରେ ଋଣାତ୍ମକ ପ୍ରଭାବ ପଡିପାରେ ବୋଲି ସେ ସତର୍କ କରାଇଛନ୍ତି। ଏଣୁ ଯୋଜନାର ପୁନର୍ବିନ୍ୟାସ କରାଯିବ ଅତ୍ୟନ୍ତ ଜରୁରି ବୋଲି କହିଛନ୍ତି। ଏହା ହୋଇପାରିଲେ ଉଦ୍ଧିଷ୍ଠ ଲାଭ ସବୁ ପରିସ୍ଥିତିରେ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି।

Show More

Related Articles

Back to top button