ଓଡ଼ିଶାଦେଶ ବିଦେଶପାଣିପାଗ

୪୪.୨ ଡିଗ୍ରୀ ସହିତ ସୋନପୁର ଦେଶର ସବୁଠାରୁ ଉତ୍ତପ୍ତ ସହର

ରାଜ୍ୟର ୧୬ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ନା ବାହାରକୁ ବାହାରି ପାରୁଛନ୍ତି, ନା ଦିନବେଳା କୌଣସି କାର୍ଯ୍ୟ କରିପାରୁଛନ୍ତି । ଦିନ ୯ ଟା ବେଳୁ ଖରା ଜୋର୍‌ ହେଉଛି ।

ତେବେ ଆଜି ସାରା ଦେଶରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରହିଛି । ଏହାଛଡ଼ା ଆଜି ରାଜ୍ୟର ୧୬ଟି ସହରରେ ୪୦ ଡିଗ୍ରୀ ଡେଇଁଛି ତାପମାତ୍ରା । ଅନୁୁଗୁଳରେ ୪୧.୭ ଡିଗ୍ରୀ, ବାରିପଦାରେ ୪୨.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସମ୍ୱଲପୁରରେ ୪୦.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ, ତାଳଚେରରେ ୪୧.୮ ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଛି ।

Show More

Related Articles

Back to top button