Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୦୭୪ ଜଣ ନୂଆ କରୋନା ରୋଗୀ ଚିହ୍ନଟ

କରୋନା ଭାଇରସର ଦୈନିକ ସଂକ୍ରମିତ ସଂଖ୍ୟା ଦିନ କୁ ଦିନ କମିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ୩୮ ହଜାର ୦୭୪ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୪୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି | ସୋମବାର ତୁଳନାରେ ମଙ୍ଗଳବାର ଚିହ୍ନଟ ସଂଖ୍ୟାରେ ଖୁବ ହ୍ରାସ ଘଟିଥିବା ନେଇ ଲକ୍ଷ କରାଯାଇଛି

କରୋନା ଭାଇରସର ଦୈନିକ ସଂକ୍ରମିତ ସଂଖ୍ୟା ଦିନ କୁ ଦିନ କମିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ୩୮ ହଜାର ୦୭୪ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୪୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି | ସୋମବାର ତୁଳନାରେ ମଙ୍ଗଳବାର ଚିହ୍ନଟ ସଂଖ୍ୟାରେ ଖୁବ ହ୍ରାସ ଘଟିଥିବା ନେଇ ଲକ୍ଷ କରାଯାଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୦ ହଜାରରୁ କମ କେଶ ଚିହ୍ନଟ ହୋଇଥିବା ବେଳେ ୮୫ ଲକ୍ଷ ୯୭ ହଜାର ୭୩୧ରେ ପହଁଞ୍ଚିଛି ମୋଟ ସଂକ୍ରମିତ ସଂଖ୍ୟା | ସେହିପରି ୨୪ ଘଣ୍ଟା ଭିତରେ ୪୨ ହଜାର ୦୩୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଦେଶରେ ଏହି ସଂଖ୍ୟା ୭୯ ଲକ୍ଷ ୫୯ ହଜାର ୪୦୬ ରେ ପହଁଞ୍ଚିଛି | ଯେବେକି ଗତ କିଛି ଦିନ ହେବ ଲଗାତାର ଭାବରେ ସକ୍ରିୟ ମାମଲା ୬ ଲକ୍ଷ ତଳେ ହିଁ ରହିଛି | ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମୟରେ ଦେଶରେ ୫ ଲକ୍ଷ ୫ ହଜାର ୨୬୫ ସକ୍ରିୟ ମାମଲା ରହିଛି | ଯେବେକି ଗୋଟିଏ ଦିନ ଭିତରେ ୪୪୦୮ସକ୍ରିୟ ମାମଲା କମିଛି | ଯେବେକି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୭ ହଜାର ୦୫୯ ଛୁଇଁଥିବା ନେଇ ରେକର୍ଡ ହୋଇଛି |

Show More

Related Articles

Back to top button