ଚଳିତ ବର୍ଷ ଶେଷ ସୁଦ୍ଧା ବଜାରରେ ମିଳିବ କରୋନା ଟୀକା
କରୋନା ଭାଇରସର ବଢୁଥିବା ସଂକ୍ରମଣ ମଧ୍ୟରେ ଏକ ଭଲ ଖବର ଆସୁଛି ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର୍ ଏବଂ ବାଏୟୋନେଟେକ୍ ଦ୍ୱାରା ବିକଶିତ କରୋନା ଟୀକା ଏହି ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଉପଲବ୍ଧ ହେବା ଆରମ୍ଭ କରିବ ବାୟୋଏଣ୍ଟେକ୍ କହିଛି ଯେ ଏହାର ଟିକା ବିଶ୍ଳେଷଣ ଦର୍ଶାଇଛି ଯେ ଏହା ୯୦% ରୁ ଅଧିକ ଲୋକଙ୍କୁ କରୋନାରୁ ରକ୍ଷା କରିବାରେ ସକ୍ଷମ ହୋଇପାରେ।

ବାୟୋଟେକ୍ ସହ-ପ୍ରତିଷ୍ଠାତା ତଥା ସିଇଓ ପ୍ରନ୍ ଉଗୁର ସାହିନ୍ ଦାବି କରିଛନ୍ତି ଯେ ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ସାରା ବିଶ୍ୱରେ ୩୦୦ ନିୟୁତରୁ ଅଧିକ ଟିକା ଉପଲବ୍ଧ ହେବ। ସେ ଏହା ମଧ୍ୟ କହିଛନ୍ତି ଯେ ଗ୍ରୀଷ୍ମ ରୁତୁ ହେତୁ ଏହା ଆମକୁ ଅଧିକ ସହାୟକ ହେବ କାରଣ ଏହି ରୁତୁରେ କମ୍ ସଂକମଣ ହୋଇଥାଏ । ତେଣୁ ବର୍ଷା ଓ ଶୀତ ଋତୁ ଆସିବା ପୁର୍ବରୁ ଟିକା ଉପଲବ୍ଧ ହେବ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ସବୁ ଠିକ୍ ହୁଏ ତେବେ ଏହି ଟିକା ଚଳିତ ବର୍ଷ ଶେଷରେ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଉପଲବ୍ଧ ହେବ। ସାହିନ୍ କହିଛନ୍ତି ଯେ ସେ ନିଶ୍ଚିତ ଥିଲେ ଯେ ଏହି ଟିକା ଲୋକମାନଙ୍କ ମଧ୍ୟରେ ସଂକ୍ରମଣକୁ ହ୍ରାସ କରିବା ସହିତ ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କଠାରେ ଲକ୍ଷଣକୁ ରୋକିବାରେ ସହାୟକ ହେବ