ଦେଶ ବିଦେଶ

ରାଜା ମହାରାଜା ମାନେ କଣ ପାଇଁ ବ୍ୟବହାର କରୁଥିଲେ ଚାନ୍ଦିର ବାସନ?

ଜାଣନ୍ତୁ ଏହାର ସ୍ୱାସ୍ଥ୍ୟକର ଗୁଣ

ଚାନ୍ଦି ବା ରୂପା ଗୋଟିଏ ମୂଲ୍ୟବାନ ଧାତୁ ଅଟେ l ଆପଣ ନିଜ ଆଈ ଓ ଜେଜେମାଙ୍କ ନିକଟରୁ ଚାନ୍ଦି ବା ରୂପାର ମୂଲ୍ୟବାନ ଗୁଣ ବିଷୟରେ ଶୁଣିଥିବେ l ସେମାନେ କହିଥାନ୍ତି ରୂପା ବାସନରେ ଖାଦ୍ୟ ଖୁଆଇବା ପାଇଁ , କିନ୍ତୁ ଆଜି ସେହି ପରମ୍ପରା ପ୍ରାୟ ଲୁପ୍ତ ହୋଇ ଯାଇଛି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରୂପା ବାସନରେ ଖାଇବା ଶରୀର ପାଇଁ ଅତି ହିତକର l ଏହାର ଲାଭ ବିଷୟରେ ଯଦି ଆପଣ ଜାଣିବେ ତେବେ ହୁଏତ ନିଜ ଛୁଆକୁ ଖୁଆଇବା ସହିତ ନିଜେ ମଧ୍ୟ ଖାଇବେ l

* ଭାରତର କିଛି ସଂକୃତିରେ ଆଜି ମଧ୍ୟ ରହିଛି ରୂପା ବାସନରେ ଖାଦ୍ୟ ଖାଇବାର ପ୍ରଥା l ଏହା କେବଳ ରୂପାର ଶୁଦ୍ଧତା କାରଣରୁ କରାଯାଇଥାଏ l ରୂପା ୠତୁ ଜନିତ ବିଭିନ୍ନ ରୋଗ ସଂକ୍ରମଣ ସହିତ ଲଢ଼ିବା ପାଇଁ ଶରୀରକୁ ସୁଦୃଢ କରିଥାଏ l

* ରୂପା ପାତ୍ରରେ ଖାଇବା ଦ୍ୱାରା ଛୋଟ ପିଲା ମାନଙ୍କର ମସ୍ତିଷ୍କର ବିକାଶ ହୋଇଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରୂପାର ଅର୍କ ଅନେକ ଆୟୁର୍ବେଦ ଉପଚାର କରାଯାଇଥାଏ l ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହିତ ବଢୁଥିବା ବୟସରେ ମସ୍ତିସ୍କର ମଧ୍ୟ ଶକ୍ତି ବଢ଼ିଥାଏ l ସେଠି ପାଇଁ ଛୋଟ ଛୁଆ ମାନଙ୍କୁ ରୂପା ପାତ୍ରରେ ଖୁଆଇବା ଆବଶ୍ୟକ l

* ରୂପା ପାତ୍ର ପାଣିକୁ ଶୁଦ୍ଧ କରିଥାଏ l ଏହା ଆଣ୍ଟି ବ୍ୟାକ୍ଟେରିଆ ଅଟେ ,ଅଶୁଦ୍ଧ ପାଣିରେ ଥିବା ଜୀବାଣୁ ଚାନ୍ଦି ସଂସ୍ପର୍ଶରେ ଆସିବା ଦ୍ୱାରା ପାଣି ଜୀବାଣୁ ମୁକ୍ତ ହୋଇଥାଏ l

* ରୂପା ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଶରୀରର ମେଟାବୋଲିଜିମ ନିର୍ମାଣ ହୋଇଥାଏ ଓ ପ୍ରତିରକ୍ଷା ପ୍ରଣାଳୀ ସୁଦୃଢ ହୁଏ l ଅଧିକାଂଶ ଅଧ୍ୟୟନରୁ ଜଣା ପଡିଛି ଯେ ରୂପା ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରେ l

* ଆପଣ ଯେଉଁ ପାତ୍ରରେ ଖାଦ୍ୟ ଖାଉଛନ୍ତି ତାହା ବିପିଏ ଫ୍ରି ହେବା ଆବଶ୍ୟକ l ପ୍ଲାଷ୍ଟିକ ଜିନିଷକୁ ଅଧିକ ଦିନ ଧରି ବ୍ୟବହାର କରିବା ପାଇଁ ସେଥିରେ ବିପିଏ ନାମକ ତତ୍ୱ ମିଶା ଯାଉଛି l ଆମେ ଏଥିରେ ଖାଇବା ଦ୍ୱାରା ଆମର ହର୍ମୋନ ଅସନ୍ତୁଳନ ହୋଇଥାଏ l ଭବିଷ୍ୟତରେ କ୍ୟାନ୍ସର ହେବାର ସମ୍ଭାବନା ଥାଏ l କିନ୍ତୁ ରୂପା ଜିନିଷରେ କୌଣସି ବିପିଏ ନଥିବା କାରଣରୁ ଏହା ଶରୀର ପାଇଁ ଅତି ହିତକର l

Show More

Related Articles

Back to top button