ଦେଶ ବିଦେଶ

ଶୁକ୍ରବାର ଦିନ ଜନ୍ମ ହୋଇଥିବା ଲୋକ ମାନଙ୍କର ସ୍ଵଭାଵ କିପରି ହୋଇଥାଏ?

ଆସନ୍ତୁ ଜାଣିବା

ଯେଉଁ ଲୋକମାନେ ଶୁକ୍ରବାର ଦିନ ଜନ୍ମ ହୋଇଥାଆନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଓ ଶୁକ୍ର ଗ୍ରହଙ୍କ ଆଶୀର୍ବାଦ ରହିଥାଏ l କାରଣ ଶୁକ୍ରବାରର ସ୍ୱାମୀ ଗ୍ରହ ଶୁକ୍ର ଅଟନ୍ତି ଓ ଏହାର ଦେବୀ ଲକ୍ଷ୍ମୀ ଅଟନ୍ତି l ତେଣୁ ଏହିଦିନ ଜନ୍ମ ନେଇଥିବା ବ୍ୟକ୍ତି ଅନ୍ୟ ଲୋକ ମାନଙ୍କଠାରୁ ଅଲଗା ପ୍ରକାରର ହୋଇଥାଆନ୍ତି l

* ଏହିଦିନ ଜନ୍ମ ନେଇଥିବା ବ୍ୟକ୍ତିଙ୍କୁ ଭୌତିକ ସୁଖ ସୁବିଧାର ଅଭ୍ୟାସ ରହିଥାଏ l ସାଜ ଶୃଙ୍ଗାରରେ ଏମାନେ ଅଧିକ ରୁଚି ରଖି ଥାଆନ୍ତି l

* ଆମୋଦ ପ୍ରମୋଦରେ ଏମାନଙ୍କ ରୁଚି ଅଧିକ ରହିଥାଏ l ଏମାନେ ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଥାଆନ୍ତି l

* ଶୁକ୍ରବାରଦିନ ଜନ୍ମିତ ବ୍ୟକ୍ତିଙ୍କର ତାଙ୍କର ବିପରୀତ ଲିଙ୍ଗ ପ୍ରତି ଅଧିକ ଆକର୍ଷଣ ରହିଥାଏ l ଏମାନେ ଅଧିକ ଚତୁର ଅଟନ୍ତି l କଳାତ୍ମକ ଜିନିଷ ପ୍ରତି ଏମାନଙ୍କର ଅଧିକ ରୁଚି ରହିଛି l

* ଏହି ଭଳି ବ୍ୟକ୍ତିମାନେ ଜୀବନରେ କୌଣସି ରିସ୍କ ନେବାକୁ ଚାହାନ୍ତି ନାହିଁ l ସେମାନେ ଜୀବନକୁ ନିଜ ହିସାବରେ ବଞ୍ଚିବାର ଇଚ୍ଛା ରଖନ୍ତି ,ଅନ୍ୟ ମାନଙ୍କ ନିକଟରେ ପରାଧୀନ ଭାବରେ ରହିବାକୁ ଇଚ୍ଛା କରିଥାନ୍ତି l

* ଏମାନଙ୍କର କଳା ପ୍ରତି ବିଶେଷ ଆକର୍ଷଣ ରହିଥାଏ l ଏମାନେ ନିଜକୁ ସବୁବେଳେ ଖୁସି ରଖିଥାନ୍ତି l ଏହି ଦିନ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ମୁଖରେ ଗୋଟିଏ ଅଲଗା ଆକର୍ଷଣ ଥାଏ l ନିଜ କଥା ଦ୍ୱାରା ଅନ୍ୟକୁ ଆକର୍ଷିତ କରିଥାଆନ୍ତି l

* ଏମାନଙ୍କ ବନ୍ଧୁତ୍ୱର ପରିଧି ଖୁବ ବଡ଼ ଅଟେ l ସେମାନେ ନିଜର ହସ ଖୁସି ମିଜାଜ ଯୋଗୁଁ ଅନ୍ୟ ମାନଙ୍କ ମଧ୍ୟରେ ଖୁବ ପ୍ରିୟ ଅଟନ୍ତି l ନିଜର ପ୍ରଶଂସା ଶୁଣିବାକୁ ଏମାନେ ପସନ୍ଦ କରିଥାନ୍ତି l

Show More

Related Articles

Back to top button