Breaking PLUSଓଡ଼ିଶାପାଣିପାଗ

ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି

୨୫ ତାରିଖ ଯାଏଁ ହାଡଥରା ଶୀତ

ଖସୁଛି ପାରଦ , ବଢୁଛି ଶୀତ । ଜାଡରେ ଥରୁଛି ସାରା ଓଡିଶା। ଉତ୍ତର -ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ଯୋଗୁଁ ଶୀତ ବଢିଛି । ରାଜ୍ୟର ୯ଟି ସ୍ଥାନରେ ରାତ୍ରୀ ତାପମାତ୍ରା ୧୧ଡିଗ୍ରୀ ତଳେ ରହିଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଶନିବାରଠାରୁ ୨୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୁତ ହେବ । ଆସନ୍ତା ୪ ରୁ ୫ ଦିନ ଯାଏଁ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଗତ ୩ଦିନ ହେଲା ଶୀତରେ ଥରୁଛି ପୁରା କନ୍ଧମାଳ ଜିଲ୍ଲା । ଜିଲ୍ଲାର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର,ଜି.ଉଦୟଗିରି, ରାଇକିଆ ରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

 

winter

ସେହିପରି କୋରାପୁଟରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଜିଲ୍ଲାର ଲମତାପୁଟରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ଲମତାପୁଟ ବ୍ଲକରେ ପାରଦ ଖସିଛି ୮ ଡିଗ୍ରୀ ରହୁଛି । ବ୍ଲକକୁ ଘେରି ରହିଛି ମାଛକୁଣ୍ଡ ,କୋଲାବ ,ଜଲାପୁଟ ଜଳଭଣ୍ଡାର ତେଣୁ ଶୀତର ପ୍ରକୋପ ଅଧିକା ରହିଛି। ବିଭିନ୍ନ ସ୍ଥାନରେ ସକାଳ ୯ଟା ଯାଏ ଘନ କୁହୁଡ଼ି ଲାଗି ରହୁଛି। ଘନ କୁହୁଡି ଗାଡି ଚଳାଚଳରେ ବାଧା ଉପୁଜୁଛି । ସଞ୍ଜ ନଇଁଲେ ରାସ୍ତାଘାଟ ଜନଶୁନ୍ୟ ହୋଇ ପଡୁଛି । ଥଣ୍ଡା ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଟ୍ବିନ୍ ସିଟିରେ ମଧ୍ୟ ଖସୁଛିପାରଦ । ଗତକାଲି ରାଜଧାନୀ ଭୁବନେଶ୍ବରରେ ସର୍ବନୀମ୍ନ ତାପମାତ୍ରା ୧୨.୨ ଡିଗ୍ରୀ, କଟକରେ ୧୨ ଡିଗ୍ରୀ ରେକର୍ଡ କରାଯାଇଛି ।

Show More

Related Articles

Back to top button