ଡବ୍ଲୁଏଚ୍ଓ: କିଛି ସପ୍ତାହ ମଧ୍ୟରେ ବିଶ୍ୱରେ ଖେଳିଯିବ କରୋନାର ଡେଲ୍ଟା ଭାରିଆଣ୍ଟ୍
ବିଶ୍ୱ କରୋନା ମହାମାରୀ ସହ ବର୍ତ୍ତମାନ ମଧ୍ୟ ସଂଘର୍ଷ ଜାରି ରଖିଛି । ପ୍ରତ୍ୟକ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଡେଲ୍ଟା କୋଭିଡ୍ ଭାରିଆଣ୍ଟ୍ଥିବା ମାମଲା ଲୋକଙ୍କ ଚିନ୍ତା ବଢ଼ାଇଦେଇଛି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ କହିଛି ଯେ, ଏକ ଅନୁମାନ ମୁତାବିକ କୋଭିଡ୍-୧୯ର ଡେଲ୍ଟା ଭାରିଆଣ୍ଟ୍ ମାମଲା ଏବେ ୯୬ରୁ ଅଧିକ ଦେଶରେ ଦେଖିବାକୁ ମିଳିଛି । ଆଗାମୀ ମାସରେ ଏହା ଅତ୍ୟଧିକ ସଂକ୍ରମକ ହୋଇପଡ଼ିବ। ଯାହା ଦ୍ୱାରା ସାରା ବିଶ୍ୱରେ କୋରନା ସ୍ଥିତି ଗମ୍ଭୀର ହୋଇପଡ଼ିବା ବୋଲି ଅନୁମାନ କରାଯାଉଛି ।କୋଭିଡ୍-୧୯ ସମ୍ୱନ୍ଧୀୟ ଏପିଡେମିୟୋଲୋଜିକାଲ୍ ଅପ୍ଡେଟ୍ର ଅଧ୍ୟୟନକୁ ଦୃଷ୍ଟିରେ ରଖି ଡବ୍ଲୁଏଚ୍ଓ କହିଛି ଯେ, ଜୁନ୍ ୨୯ ସୁଦ୍ଧା ୯୬ଟି ଦେଶରେ ଏହି ଭାରିଆଣ୍ଟ୍ର ମାମଲା ସାମ୍ନାକୁ ଆସିଛି ଏବଂ ବାସ୍ତବିକ୍ ଏହା ଅଧିକ ଦେଶରେ ବ୍ୟାପାଥାଇ ପାରେ । ଏହି ଦେଶମାନଙ୍କୁ ମଧ୍ୟରୁ ଅଧିକାଂଶ ଦେଶ କହିଛନ୍ତି ଯେ, ଡେଲ୍ଟା ଭାରିଆଣ୍ଟ୍ କାରଣରୁ ସେମାନଙ୍କ ଦେଶରେ କରୋନା ମାମଲା ବୃଦ୍ଧି ପାଇବାର ଲାଗିଛି । ଡାକ୍ତରଖାନାରେ ଅଧିକ ରୋଗୀ ଭର୍ତ୍ତି ହେଉଥିବା କାରଣରୁ ବେଡ୍ର ଅଭାବ ମଧ୍ୟ ଦେଖିବାକୁ ମିଳିଛି ।
କରୋନାର ଏହି ଭାରିଆଣ୍ଟ୍ ଖୁବ୍ ଶିଘ୍ର ବ୍ୟାପି ଯାଉଥିବାରୁ ଏହା ଅନ୍ୟ ଭାରିଆଣ୍ଟ୍ ତୁଳନାରେ ଅତ୍ୟଧିକ ସଂକ୍ରାମକ ଓ ପ୍ରଭାବଶାଳୀ ହୋଇପାରେ ବୋଲି ଡବ୍ଲୁଏଚ୍ଓ କହିଛି । ଆଗାମୀ ମାସରେ ଏହାର ପ୍ରଭାବ ସାରା ବିଶ୍ୱରେ ପରୀଲିକ୍ଷିତ ହେଇପାରେ ବୋଲି ସଂଗଠନ ଅନୁମାନ କରିଛି ।