ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ? ପଢ଼ନ୍ତୁ ସମ୍ପୂର୍ଣ୍ଣ ତାଲିକା
ସାଧାରଣତନ୍ତ୍ର ଦିବସ ପାଇଁ ଆଉ ମାତ୍ରେ ଅଳ୍ପ ଦିନ ବାକି ଥିବା ବେଳେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ପୂର୍ବ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ହୋଇଛି । ଚଳିତ ବର୍ଷ କରୋନା ମହାମାରୀ ପାଇଁ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସାଧାରଣତନ୍ତ୍ର ଦିବସ ପାଇଁ ଆଉ ମାତ୍ରେ ଅଳ୍ପ ଦିନ ବାକି ଥିବା ବେଳେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ପୂର୍ବ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ହୋଇଛି । ଚଳିତ ବର୍ଷ କରୋନା ମହାମାରୀ ପାଇଁ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ବର୍ତମାନ ଠାରୁ କିଏ କେଉଁ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ତାର ପୁରା ତାଲିକା ଗୃହ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଚଳିତ ବର୍ଷ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନରେ ରାଜ୍ୟପାଳ ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି
କଟକରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରି
ପୁରୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
ଅନୁଗୋଳରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
କଳାହାଣ୍ଡିରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଗଞ୍ଜାମରେ ପଦ୍ମନାଭ ବେହେରା
ବାଲେଶ୍ୱରରେ ପ୍ରତାପ ଜେନା
ରାୟଗଡାରେ ଅରୁଣ କୁମାର ସାହୁ
କନ୍ଧମାଳରେ ସୁଦାମ ମାରାଣ୍ଡି
ମୟୂରଭଞ୍ଜରେ ସୁଶାନ୍ତ ସିଂହ
ବରଗଡ଼ରେ ନବ କିଶୋର ଦାସ
ସମ୍ବଲପୁରରେ ଟୁକୁନି ସାହୁ
ନୟାଗଡ଼ରେ ଜଗନ୍ନାଥ ସାରକା
କେନ୍ଦୁଝରରେ ଦିବ୍ୟ ଶଙ୍କର ମିଶ୍ର
ଯାଯପୁରରେ ଅଶୋକ ଚନ୍ଦ୍ର ପଣ୍ଡା
ଇଲାଙ୍ଗୀରରେ ସମୀର ରଞ୍ଜନ ଦାସ
ସୁନ୍ଦରଗଡରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
କୋରାପୁଟରେ ପ୍ରେମାନନ୍ଦ ନାୟକ
ନବରଙ୍ଗପୁରରେ ରଘୁନନ୍ଦନ ଦାସ
ଗଜପତିରେ ପଦ୍ମିନୀ ଦିଆନ୍
ମାଲକାନାଗିରିରେ ତୁଷାର କାନ୍ତି ବେହେରା
ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି
ରାଉଲକେଲାରେ ଉତ୍ତରଞ୍ଚଳ ଆରଡିସି
ଖୋର୍ଦ୍ଧାରେ କେନ୍ଦ୍ରାଞ୍ଚଳ ଆରଡିସି
ଭଦ୍ରକ୍ ରେ ଭଦ୍ରକ୍ ଜିଲ୍ଲାପାଳ
ବୌଦ୍ଧରେ ବୌଦ୍ଧ ଜିଲ୍ଲାପାଳ
ଦେବଗଡରେ ଦେବଗଡ ଜିଲ୍ଲାପାଳ
ଢେଙ୍କାନାଳରେ ଢେଙ୍କାନାଳ ଜିଲ୍ଲାପାଳ
ଝାରସୁଗୁଡାରେ ଝାରସୁଗୁଡା ଜିଲ୍ଲାପାଳ
କେନ୍ଦ୍ରାପଡ଼ାରେ କେନ୍ଦ୍ରାପଡାରେ ଜିଲ୍ଲାପାଳ
ନୂଆପଡ଼ାରେ ନୂଆପଡା ଜିଲ୍ଲାପାଳ
ସୁବର୍ଣ୍ଣପୁରରେ ସୁବର୍ଣ୍ଣପୁର ଜିଲ୍ଲାପାଳ
ଜଗତସିଂହପୁରରେ ଜଗତସିଂହପୁର ଜିଲ୍ଲାପାଳ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି ।