Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୯କୋଟି ୭୨ଲକ୍ଷ ୭୯ହଜାର ୭୩୩ ରେ ପହଁଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଗୁରୁବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦ଲକ୍ଷ ୮୧ହଜାର ୫୪୧ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯କୋଟି ୭୨ଲକ୍ଷ ୭୯ହଜାର ୭୩୩କୁ ବୃଦ୍ଧି ପାଇଛି । ସେହିପରି କୋରୋନାରୁ ୬କୋଟି ୯୮ଲକ୍ଷ ୨୮ହଜାର ୯୧୭ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୫୩ଲକ୍ଷ ୬୦ହଜାର ୧୧୦ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୨କୋଟି ୪୯ଲକ୍ଷ ୮୭ହଜାର ୪୦୪ଜଣ ସଂକ୍ରମିତ ଓ ୪ଲକ୍ଷ ୧୫ହଜାର ୫୪୩ଜଣ ମୃତ ଥିବାବେଳେ ଭାରତରେ ୧କୋଟି ୫ଲକ୍ଷ ୯୫ହଜାର ୬୬୦ସଂକ୍ରମିତ ଓ ୧ଲକ୍ଷ ୫୨ହଜାର ୭୧୮ମୃତ, ବ୍ରାଜିଲରେ ୮୬ ଲକ୍ଷ ୩୯ ହଜାର ୮୬୮ ସଂକ୍ରମିତ ଓ ୨ ଲକ୍ଷ ୧୨ ହଜାର ୮୯୩ ମୃତ, ଋଷିଆରେ ୩୬ ଲକ୍ଷ ୩୩ ହଜାର ୯୫୨ ସଂକ୍ରମିତ ଓ ୬୭ ହଜାର ୨୨୦ ମୃତ, ୟୁକେରେ ୩୫ ଲକ୍ଷ ୮ ହଜାର ୭୫୪ ସଂକ୍ରମିତ ଓ ୯୩ ହଜାର ୨୯୦ ମୃତ, ଫ୍ରାନ୍ସରେ ୨୯ ଲକ୍ଷ ୬୫ ହଜାର ୧୧୭ ସଂକ୍ରମିତ ଓ ୭୧ ହଜାର ୬୫୨ ମୃତ, ଇଟାଲିରେ ୨୪ ଲକ୍ଷ ୧୪ ହଜାର ୧୬୬ ସଂକ୍ରମିତ ଓ ୮୩ ହଜାର ୬୮୧ ମୃତ, ସ୍ପେନରେ ୨୪ ଲକ୍ଷ ୧୨ ହଜାର ୩୧୮ ସଂକ୍ରମିତ ଓ ୫୪ ହଜାର ୬୩୭ ମୃତ, ତୁର୍କୀରେ ୨୪ ଲକ୍ଷ ୬ ହଜାର ୨୧୪ ସଂକ୍ରମିତ ଓ୨୪ ହଜାର ୪୮୭ ମୃତ, ଜର୍ମାନୀରେ ୨୦ ଲକ୍ଷ ୯୦ ହଜାର ୧୬୧ ସଂକ୍ରମିତ ଓ ୫୦ ହଜାର ୨୯୬ ମୃତ, କଲମ୍ବିଆରେ ୧୮ ଲକ୍ଷ ୪୯ ହଜାର ୧୦୧ ସଂକ୍ରମିତ ଓ ୪୭ ହଜାର ୪୯୧ ମୃତ ରହିଛନ୍ତି ।

Show More

Related Articles

Back to top button