ବାଣିଜ୍ୟ

UPI ପେମେଣ୍ଟ କରିବା ସମୟରେ ଯଦି ଆପଣଙ୍କ ଦ୍ୱାରା ହେଉଥାଏ ଏହି ୫ ଭୁଲ, ହୋଇଯାଆନ୍ତୁ ସତର୍କ

ଡିଜିଟାଲ ନେଣଦେଣରେ ଭାରତ ବିଶ୍ୱର ଅନ୍ୟ ପ୍ରଗତିଶୀଳ ଦେଶଙ୍କ ସହ ପ୍ରାୟ ଏବେ ସମାନ ହୋଇଗଲାଣି। ଦେଶରେ ଏବେ ଏପରି କେହି ଜଣେ ନଥିବେ ଯାହାଙ୍କ ସ୍ମାର୍ଟ ଫୋନରେ ଡିଜିଟାଲ ପେମେଣ୍ଟ ଆକାଉଣ୍ଟ ନଥିବ। ତେବେ ଏପରି ଦେୟ ବ୍ୟବସ୍ଥା ଯେପରି ସୁବିଧାଜନକ ମନେ ହେଉଛି କେତେକ କ୍ଷେତ୍ରରେ ଏବେ ବିପଦଜନକ ମଧ୍ୟ ମନେକରାଗଲାଣି। ଏଣୁ ୟୁପିଆଇ ପେମେଣ୍ଟ ଯେପରି ସୁବିଧାଜନକ ହେଉଛି ସେହିପରି ଏହା କ୍ଷତିର ମଧ୍ୟ କାରଣ ହୋଇପାରେ ବୋଲି ଏବେ କୁହାଯାଉଛି। ତେବେ ଏଥିଲାଗି ଡରିବାର କୌଣସି ଆବଶ୍ୟକତା ନାହିଁ।

ଏ ବାବଦେ ସତର୍କ ହେବା କିନ୍ତୁ ଜରୁରି। କାରଣ ମାମଲା ଆପଣଙ୍କ କଷ୍ଟାର୍ଜିତ ଉପାର୍ଜନର। ଦେଶରେ ଅନଲାଇନ ନେଣଦେଣ ବଢିବା ସାଙ୍ଗକୁ ସାଇବର ଅପରାଧ ମଧ୍ୟ ବଢିବଢି ଚାଲିଛି। ଗଳିମୁମଣ୍ଡର ତେଜରାତି ଦୋକାନ ହେଉ କି ରାସ୍ତାକଡରେ ଠେଲା ଅଥବା ବଡ ମଲ ଆଜିକାଲି ସବୁଠି ଅନଲାଇନ ଦେୟର ସୁବିଧା ରହିଛି। ଏଥିରେ କେବଳ କୋଡ ସ୍କାନ କର ଓ ଦେୟ ପୈଠ କରି ସେଠାରୁ ବାହାର ଏବେକାର ବ୍ୟବସ୍ଥା। ହେଲେ ଏଥିରେ ମଧ୍ୟ ସତର୍କତା ଅବଲମ୍ବନ କରିବା ଏବେ ଜରୁରି ହୋଇପଡିଛି। ଆପଣ ଯେଉଁ ଡିଜିଟାଲ ପେମେଣ୍ଟ ଆପ (ଗୁଗଲ ପେ, ଫୋନ ପେ ଅଥବା ପେଟିଏମ) ବ୍ୟବହାର କରୁଛନ୍ତି। ଆପଣଙ୍କ ଲାଗି ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରି। ନଚେତ କାଙ୍ଗାଳ ହେବାକୁ ଆପଣଙ୍କୁ ବେଶି ସମୟ ଲାଗିବନି। ତେବେ ଏଥିରେ ସବୁଠୁ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଆପଣଙ୍କ ଆକାଉଣ୍ଟ ଅଥବା ଆଡ୍ରେସକୁ ସୁରକ୍ଷିତ ରଖିବା। କାହା ସହ ଆପଣ ନିଜର ୟୁପିଆଇ ଆଇଡି ଆଡ୍ରେସ ସେୟର କରନ୍ତୁନି। ଆପଣଙ୍କ ୟୁପିଆଇ ଆଡ୍ରେସ୍ ହୁଏତ ଫୋନ ନମ୍ବର ହୋଇପାରେ, କ୍ୟୁଆର କୋଡ ଅଥବା ଭର୍ଚୁଆଲ ପେମେଣ୍ଟ ଆଡ୍ରେସ୍ (ଭିପିଏ) ମଧ୍ୟରୁ କେଉଁଟି ବି ହୋଇପାରେ। ଏଣୁ ଆପଣ କୌଣସି ପୈଠ ଅଥବା ବ୍ୟାଙ୍କ ଆପ୍ଲିକେସନ ମଧ୍ୟମରେ କାହାରିକୁ ନିଜର ୟୁପିଆଇ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚିବାର ଅନୁମତି ଦିଅନ୍ତୁ ନାହିଁ।

ସେହିପରି ଦ୍ୱିତୀୟ କଥା ହେଲା ସବୁ ଦୈୟ ପୈଠ ଓ ନେଣଦେଣ ଆପ ଲାଗି ମଜଭୁତ ସ୍କ୍ରିନ ଲକ୍ ସେଟ୍ କରନ୍ତୁ। ଏଥିଲାଗି ମଜଭୁତ ପିନ୍‌ ସେଟ୍‌ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଏହି ପିନକୁ ଆପଣ କାହାରି ସହ ସେୟାର କରନ୍ତୁ ନାହିଁ। ଯଦି ଆପଣଙ୍କ ପିନ୍‌ ଲିକ୍‌ ହୋଇଥିବାର ସାମାନ୍ୟ ସନ୍ଦେହ ମଧ୍ୟ କରନ୍ତି ତେବେ ତୁରନ୍ତ ବଦଳାଇ ଦିଅନ୍ତୁ। ଭେରିଫାଏଡ ହୋଇ ନଥିବା ଲିଙ୍କରେ କ୍ଲିକ୍‌ କରନ୍ତୁନି କି ଫେକ କଲ ଆଟେଣ୍ଡ କରନ୍ତୁନି। ୟୁପିଆଇ ସ୍କାମ ଏକ ସାଧାରଣ ଟେକନିକ୍‌। ହ୍ୟାକର ୟୁଜରଙ୍କୁ ଫସାଇବା ଲାଗି ନାନା ଫନ୍ଦି କରନ୍ତି। ଏଥିଲାଗି ପ୍ରାୟତଃ ସେମାନେ ଲିଙ୍କ ସେୟାର କରନ୍ତି ନଚେତ ଫେକ କଲ କରନ୍ତି ଓ ୟୁଜରଙ୍କୁ ଭେରିଫିକେସନ ଲାଗି ଏକ ଥାର୍ଡ ପାର୍ଟି ଆପ୍‌ ଡାଉନଲୋଡ କରିବାକୁ କହନ୍ତି। ଏପରି ଲିଙ୍କରେ କେବେ ବି କ୍ଲିକ୍‌ କରନ୍ତୁନି କି କାହାରିକୁ ନିଜର ପିନ୍‌ ଅଥବା ଅନ୍ୟ କୌଣସି ତଥ୍ୟ ଦିଅନ୍ତୁ ନାହିଁ। ସେହିପରି ଏକାଧିକ ଆପ୍‌ର ଉପଯୋଗ କରନ୍ତୁନି। ଏବେ ଅନେକ ଡିଜିଟାଲ ପେମେଣ୍ଟ ଆପ୍‌ ଉପଲବ୍ଧ ହେଉଛି। ଏଥିରୁ କେଉଁ ଆପ୍‌ କ୍ୟାସ୍‌ ବ୍ୟାକ୍ ଓ ପୁରସ୍କାର ଭଳି ଅଧିକ ଲାଭ ଦେଉଛନ୍ତି ସେପରି ଆପରେ ଆପଣ କାରବାର କରନ୍ତୁ। ଏକାଧିକ ଆପ୍‌ ବ୍ୟବହାର କରନ୍ତୁନି। ସେହିପରି ନିୟମିତ ବ୍ୟବଧାନରେ ଆପଣ ଆପ ଅପଗ୍ରେଡ କରାଇ ନିଅନ୍ତୁ। ନୂଆ ଅପଡେଟରେ ଉନ୍ନତ ୟୁଆଇ ଓ ନୂଆ ନୂଆ ସୁବିଧା ମଧ୍ୟ ମିଳିଥାଏ। ଆପ୍‌ର ଲାଟେଷ୍ଟ ଭର୍ସନ ଅପଡେଟ ରହିବା ଯୋଗୁ ଆପଣଙ୍କ ଆକାଉଣ୍ଟ ବି ସୁରକ୍ଷିତ ହୋଇଥାଏ।

Show More

Related Articles

Back to top button