Breaking PLUSଦୁର୍ଘଟଣା

ଘରକୁ ଫେରୁଥିବା ସମୟରେ ବନ୍ୟା ପାଣିରେ ସାଇକେଲ ସହ ଭାସିଗଲେ ଯୁବକ

ପଟ୍ଟାମୁଣ୍ଡାଇ : ଯୁବକ ଜଣକ ଘରକୁ ଫେରୁଥିବା ସମୟରେ ସାଇକେଲ ସହ  ବନ୍ୟା ପାଣିରେ ଭାସିଗଲେ । ସ୍ଥାନୀୟ ଲୋକ ଖୋଜାଖୋଜି କରିବାପରେ ମୃତଦେହକୁ ଏକ ବୁଦାମୂଳରୁ ଉଦ୍ଧାର କରିଥିଲେ। ଏପରି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଣ୍ଡପଡ଼ା ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ସୁନୀଲ ସାହୁ । ଗତକାଲି ସୁନୀଲ ସାଇକେଲ ନେଇ ବଜାରକୁ ଯାଇଥିଲେ। ବଜାରରୁ ଘରକୁ ଫେରୁଥିବା ବେଳେ ରାସ୍ତା ଉପରେ ଚାଲିଥିବା ବନ୍ୟାପାଣିରେ ସାଇକେଲ ସହ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ବହୁତ ଖୋଜାଖୋଜି କରି ବୁଦା ମୂଳରୁ ତାଙ୍କୁ ଉଦ୍ଧାର କରିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୁନୀଲଙ୍କୁ ମୃତ ଘୋଷଣା କରିଥିଲେ। ସୁନୀଲଙ୍କ ଅକାଳ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

Show More

Related Articles

Back to top button