ଓଡ଼ିଶାରାଜନୀତି

କେଉଁଠି ଭାଗ୍ୟ ପରୀକ୍ଷା କରିବେ ଅଭିନେତ୍ରୀ ବର୍ଷା

ଦୁଇ ଦଳ ମଧ୍ୟରେ ଟିକେଟକୁ ନେଇ ଦ୍ୱନ୍ଦ୍ୱ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ ପାଇଁ ଚାଲିଛି ପ୍ରସ୍ଥୁତି । ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ । ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକିୟା ଜାରି ରହିଥିବାବେଳେ ମେୟର ପଦକୁ ନେଇ ଆରମ୍ଭ ହେଇଯାଇଛି ଅଙ୍କକଷା । ତେବେ ଏହା ମଧ୍ୟରେ କଂଗ୍ରେସ ବିଏମସି ଓ ସିଏମସି ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ଗଣିତ କଷୁଛନ୍ତି ବିଜେପି ଓ ବିଜେଡି ।

ଦୁଇ ଦଳ ମଧ୍ୟରେ ଟିକେଟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଠି ହୋଇଥିବାବେଳେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପଞ୍ଚାୟତ ନିର୍ବାଚନରେ ବର୍ଷା କିଛି ଅଞ୍ଚଳରେ ବିଜେଡି ପାଇଁ ପ୍ରଚାର କରିଥିବାରୁ ସେ ପୌର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଚର୍ଚ୍ଚା ହୋଇଆସୁଛି । ତେବେ ବର୍ଷା ବିଜେଡିର କିଛି ବରିଷ୍ଠ ନେତାଙ୍କ ସହ ଯୋଗାଯୋଗରେ ରହିଥିବାର ମଧ୍ୟ ଚର୍ଚ୍ଚା ହେଉଛି । ବର୍ଷା ବିଜେଡି ପାଇଁ ପ୍ରଚାର କରିବେ ନା ପ୍ରାର୍ଥୀ ଭାବେ ଓହ୍ଲାଇବେ ସେ ନେଇ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ । ଯଦି ବର୍ଷା ପୌର ନିର୍ବାଚନକୁ ଓହ୍ଲାନ୍ତି ତେବେ ସେ ବିଏମସି କି ସିଏମସିରେ ଭାଗ୍ୟ ପରୀକ୍ଷା କରିବେ, ସେ ନେଇ ସଭିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହୋଇପାରେ ବର୍ଷା ଆସନ୍ତା ୨୦୨୪ ନିର୍ବାଚନରେ ବିଧାୟକ କିମ୍ବା ସାଂସଦ ଭାବେ ଲଢ଼ିପାରନ୍ତି ।

Show More

Related Articles

Back to top button