Breaking PLUSଅପରାଧଆଇନ କାନୁନଓଡ଼ିଶାଦୁର୍ଘଟଣାବ୍ୟକ୍ତିତ୍ୱମୁଖ୍ୟ ଖବର

ହ୍ୱାଟସଆପ୍ ଷ୍ଟାଟସ୍ ନେଇଗଲା ମା’ର ଜୀବନ ।

ମହାରାଷ୍ଟ୍ରରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ।

ମୁମ୍ବାଇ : ମହାରାଷ୍ଟ୍ରରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଯାହା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଝିଅର ହ୍ୱାଟସ୍‌ଆପ୍ ଷ୍ଟାଟସ୍ ଯୋଗୁଁ ଚାଲିଗଲା ମା’ର ଜୀବନ । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମହାରାଷ୍ଟ୍ରରେ ଦୁଇ ପରିବାର ମଧ୍ୟରେ ଯୁକ୍ତି ତର୍କ ଓ ମାଡ଼ ଗୋଳ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ଏହି ଝଗଡା ମୃତାଙ୍କ ଝିଅର ହ୍ୱାଟସ୍‌ଆପ୍ ଷ୍ଟାଟସ୍ ଯୋଗୁଁ ଆରମ୍ଭ ହୋଇଛି । ପୋଲିସର କହିବାନୁସାରେ, ମୃତାଙ୍କର ୨୦ ବର୍ଷର ଝିଅ ହ୍ୱାଟସ୍‌ଆପ୍‌ରେ ଏକ ଷ୍ଟାଟସ୍ ଦେଇଥିଲା । ତାହା ପଡ଼ୋଶୀରେ ରହୁଥିବା ସାଙ୍ଗକୁ ପସନ୍ଦ ଆସିଲା ନାହିଁ । ତାଙ୍କୁ ଲାଗିଲା ଯେ ଷ୍ଟାଟସ୍‌ଟି ସେ ତାଙ୍କ ପାଇଁ ଦେଇଛି । ଏଣୁ ସେ ନିଜର କିଛି ସାଙ୍ଗ, ମା’ ଓ ଭାଇଙ୍କୁ ନେଇ ଝିଅ ଘରେ ପଚାରିବାକୁ ପହଞ୍ଚିଥିଲା । ପରେ ସେମାନଙ୍କ ଯୁକ୍ତିତର୍କ ବଢ଼ିଯାଇଥିଲା ଓ କଥା ମାଡ଼ଗୋଳ ଯାଏଁ ପହଞ୍ଚିଥିଲା । ଉଭୟ ପରିବାରର ଝଗଡ଼ା ମଧ୍ୟରେ ଲୀଲାବତୀ ଦେବୀ ପ୍ରସାଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତା’ ପରଦିନ ହିଁ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି । ପୋଲିସର କହିବାନୁସାରେ, ମହିଳାଙ୍କର ଅନ୍ୟ ଶାରୀରିକ ସମସ୍ୟା ମଧ୍ୟ ଥିଲା । କିନ୍ତୁ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଛି । ଏ ନେଇ ମୃତା ମହିଳାଙ୍କ ଝିଅ କହିଛନ୍ତି ଯେ ସେ ପଡ଼ୋଶୀ ଘର କିମ୍ବା ଆଉ କାହାକୁ ଆକ୍ଷେପ କରି ଏହି ଷ୍ଟାଟସ୍ ରଖି ନଥିଲେ । କିନ୍ତୁ ପଡ଼େଶୀ ଘର ଯୁବକ ତାହାକୁ ନିଜ ଆଡ଼କୁ ଟାଣି ଏହି କାଣ୍ଡ କରିଛନ୍ତି । ତେବେ ପଡ଼େଶୀ ଘରର ପରିବାର ଲୋକଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି ।

Show More

Related Articles

Back to top button