ଓଡ଼ିଶାଦେଶ ବିଦେଶ

ହ୍ୱାଟସାଆପ ପାଇଁ ଆଉ ଇଣ୍ଟରନେଟର ଆବଶ୍ୟକତା ନାହିଁ

ବର୍ତ୍ତମାନର ସମୟରେ ଛୋଟଠୁ ବଡ ପର୍ଯ୍ୟନ୍ତ ସମସ୍ତେ ହ୍ୱାଟସାଆପକୁ ଅଧିକାଂଶ ବ୍ୟବହାର କରୁଛନ୍ତି

ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଛୋଟଠୁ ବଡ ପର୍ଯ୍ୟନ୍ତ ସମସ୍ତେ ହ୍ୱାଟସାଆପକୁ ଅଧିକାଂଶ ବ୍ୟବହାର କରୁଛନ୍ତି । ହ୍ୱାଟସାଆପର ଚାହିଦା  ଢେର ଅଧିକ ରହିଛି । କାରଣ ହ୍ୱାଟସାଆପ୍‍ ଜରିଆରେ ସମସ୍ତ ଇଣ୍ଟରନେଟ୍‍ କାମ କରୁଛନ୍ତି କର୍ମଚାରୀ । ହେଲେ ବର୍ତ୍ତମାନ ହ୍ୱାଟସାଆପକୁ ନେଇ ଏକ ବଡ଼ କଥା ସାମ୍ନାକୁ ଆସିଛି । ଯାହାକି ଆପଣ ଶୁଣିଲେ ଖୁସି ହୋଇଯିବେ । କାରଣ ଏବେ  ବିନା ଇଣ୍ଟରନେଟରେ ହ୍ୱାଟସାଆପ ଚାଲିପାରିବ । କିନ୍ତୁ ଏଥିପାଇଁ ଆପଣଙ୍କୁ ଏକ ଚାଟ୍‍ ସିମ୍‍ କିଣିବାକୁ ପଡ଼ିବ, ଏହି ଚାଟ୍‍ ସିମ୍‍ ହେଉଛି ଏକ ଭିନ୍ନ ପ୍ରକାରର ସିମ୍‍ । ଯାହା କେବଳ ୱେବସାଇଟ୍‍ ଓ ଦୋକାନରେ ମିଳିବ । ସେଠାରୁ ସିମ୍‍ ଟିକୁ ଆଣିବା ପରେ ନିଜର ମୋବାଇଲରେ ଇନଷ୍ଟଲ କରିବେ । ଇନଷ୍ଟଲ କରିବା ଦ୍ୱାରା ଆପଣ ଏକ ବର୍ଷ ପାଇଁ ବିନା ଇଣ୍ଟରନେଟରେ ହ୍ୱାଟସାଆପ ଚଳାଇପାରିବେ ।ଏହି ଚାଟ୍‍ ସିମର ମୂଲ୍ୟ ୧୮୦୦ ଟଙ୍କା ରହିଛି ଏହା ଏକ ବର୍ଷର ବୈଧତା ସହ ଆପଣଙ୍କୁ ମିଳିବ । ପରେ ଏହାକୁ ଆପଣ ପୁଣି ରିଚାର୍ଜ କରିପାରିବେ କିନ୍ତୁ ସବୁଠୁ ବଡ କଥା ହେଉଛି ଏହି ଚାଟ୍ ସିମ୍ କୁ ଦେଶ ବିଦେଶର ଯେ କୌଣସି ସ୍ଥାନରେ ବ୍ୟବହାର କରିପାରିବେ ।

 

Show More

Related Articles

Back to top button