ସ୍ତ୍ରୀ ର ଆନ୍ତରିକ ଇଚ୍ଛା ବା ଅଭିଳାଷ କଣ ?
ଏହି ସୁନ୍ଦର ଲୋକକଥାକୁ ନିଶ୍ଚୟ ପଢନ୍ତୁ

ସ୍ତ୍ରୀ ର ଆନ୍ତରିକ ଇଚ୍ଛା ବା ଅଭିଳାଷ କଣ….????
ଆଜି ପର୍ଯ୍ୟନ୍ତ ମନୋବିଜ୍ଞାନ ବି ଏହି ପ୍ରଶ୍ନ ର ଉତ୍ତର ଦେଇପାରି ନାହିଁ ଯେ ପ୍ରକୃତରେ ସ୍ତ୍ରୀ କଣ ଚାହେଁ ?
ବହୁତ ପୁରୁଣା ଦିନରୁ ଏହି କଥା ଆଜି ପର୍ଯ୍ୟନ୍ତ ଅସାମଞ୍ଜସ୍ୟ ହୋଇ ରହିଛି । ଥରେ ଜଣେ ବିଦ୍ବାନ ବ୍ୟକ୍ତିଙ୍କୁ ଫାଶୀଦଣ୍ଡାଦେଶ ହୋଇଥିଲା । ରାଜା କହିଲେ, ଗୋଟିଏ ସର୍ତ୍ତ ରେ ଆପଣଙ୍କୁ ଜୀବନ ଦାନ କରାଯିବ ଯଦି ଆପଣ ମୋ ପ୍ରଶ୍ନର ଠିକ୍ ଉତ୍ତର ପ୍ରଦାନ କରିବେ।
ପ୍ରଶ୍ନ : ପରିଶେଷରେ ସ୍ତ୍ରୀ କଣ ଚାହେଁ…?
ବିଦ୍ବାନ ବ୍ୟକ୍ତି ଜଣକ କହିଲେ, କିଛିଦିନ ସମୟ ଦେଲେ ମୁଁ ପ୍ରଶ୍ନଟିର ଉତ୍ତର ଦେବାପାଇଁ ସକ୍ଷମ ହୋଇପାରିବି । ରାଜା ଗୋଟେ ବର୍ଷ ସମୟ ସୀମା ଧାର୍ଯ୍ୟ କରିବା ସଙ୍ଗେ ସଙ୍ଗେ କହିଲେ, ଯଦି ସଠିକ ଉତ୍ତର ନଦେଇ ପାର ଫାଶୀ ଖୁଣ୍ଟରେ ଚଢାଇ ଦିଆଯିବ । ବିଦ୍ବାନ ବହୁତ ବୁଲିଲେ ବହୁତ ଲୋକଙ୍କ ସହିତ ସାକ୍ଷାତ କଲେ ପରନ୍ତୁ କେହିଜଣେ ବି ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ । ଶେଷରେ କେହି ଜଣେ କହିଲା ଏଠାରୁ ଅନତି ଦୂରରେ ଗୋଟିଏ ଜଙ୍ଗଲରେ ଗୋଟିଏ ଡାହାଣୀ ରହୁଛି, ସେହି ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ । ବିଦ୍ବାନ ଡାହାଣୀ ନିକଟରେ ପହଞ୍ଚି ପ୍ରଶ୍ନ ଟି ଉତ୍ଥାପନ କଲେ। ଡାହାଣୀ କହିଲା ମୁଁ ଗୋଟିଏ ସର୍ଭରେ ଉତ୍ତର ଦେବି, ଯଦି ଆପଣ ମେତେ ବିବାହ କରିବେ । ବିଦ୍ବାନ ଚିନ୍ତାକଲେ ମୃତ୍ୟୁ ମୁଖରୁ ବଞ୍ଚିବାକୁ ହେଲେ ବିବାହ ପ୍ରସ୍ତାବ ରେ ସହମତ ହେବାକୁ ପଡିବ। ତେଣୁ ସେ ରାଜି ହୋଇଗଲେ । ବିବାହ ସମ୍ପନ୍ନ ହେବା ପରେ ଡାହାଣୀ କହିଲା, ଯେହେତୁ ଆପଣ ମୋ ସର୍ତ୍ତ ମାନି ନେଇଛନ୍ତି, ମୁଁ ଆପଣଙ୍କୁ ଖୁସି କରିବା ପାଇଁ ନିଷ୍ପତ୍ତି ନେଇଛି ମୁଁ ଆପଣଙ୍କ ସହିତ ୧୨ ଘଣ୍ଟା ଡାହାଣୀ ଓ ୧୨ ଘଣ୍ଟା ସୁନ୍ଦର ପରୀଟିଏ ହୋଇ ରହିବି।
ଏବେ ଆପଣ କୁହନ୍ତୁ ମୁଁ ଦିନରେ ଡାହାଣୀ ହୋଇ ରହିବି କି ରାତିରେ….?
ଏଥର ବିଦ୍ବାନ ସଙ୍କଟରେ…….!!
ସେ ଚିନ୍ତା କଲେ ଯଦି ଦିନରେ ଏ ଡାହାଣୀ ହୋଇ ରହେ ତେବେ ନା ଦିନ ଭଲରେ କଟିବ, ଯଦି ରାତିରେ ରହେ ନା ରାତି କଟିବ। ସର୍ବ ଶେଷରେ ବିଦ୍ବାନ କହିଲେ ଯେତେବେଳେ ତୁମ ମନ କହିବ ତୁମେ ପରୀ ହୋଇ ରହିବ, ଯେତେବେଳେ ମନ କରିବ ଡାହାଣୀ ହୋଇ ରହିବ। ଏକଥା ଶୁଣି ଡାହାଣୀ ଅତି ଆନନ୍ଦିତ ହୋଇଗଲା ଏବଂ କହିଲା, ଯେହେତୁ ଆପଣ ମୋର ନିଜସ୍ୱ ଇଚ୍ଛାକୁ ପ୍ରାଧାନ୍ୟ ଦେଲେ, ତେଣୁ ମୁଁ ସବୁ ସମୟରେ ଆପଣଙ୍କ ପାଖରେ ସୁନ୍ଦର ପରୀଟିଏ ହୋଇ ରହିବି।ଏହା ହିଁ ହେଉଛି ଆପଣଙ୍କ ପ୍ରଶ୍ନର ଉତ୍ତର । ସ୍ତ୍ରୀ ସବୁବେଳେ ସବୁକିଛି ନିଜର ଇଚ୍ଛାରେ କରିବାକୁ ଚାହେଁ । ଯଦି ସ୍ତ୍ରୀ କୁ ତାର ମନମୁତାବକ କାର୍ଯ୍ୟ କରିବା ପାଇଁ ଦେବ, ତେବେ ସେ ସୁନ୍ଦର ପରୀଟିଏ ହୋଇ ରହିବ ନଚେତ ଡାହାଣୀ ।
ନିଷ୍ପତି ଆପଣଙ୍କର,
ଖୁସି ଆପଣଙ୍କର, ମୋ କଥାରେ କଣ ଅଛି ??
ସମସ୍ତ ବିବାହିତ ପୁରୁଷ ମାନଙ୍କୁ ଉତ୍ସର୍ଗୀକୃତ……!!!