Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଜାଣନ୍ତୁ XE ଭାରିଆଣ୍ଟର ଲକ୍ଷଣ କ’ଣ ରହିଛି ?

ଲୋକଙ୍କ ଅସାବଧାନତା ଯୋଗୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ଭାରତର ଅଧିକାଂଶ ଲୋକଙ୍କଠାରେ ଆଣ୍ଟିବଡି ରହିଥିବାରୁ XE ଭାରିଆଣ୍ଟର ପ୍ରଭାବ ଏତେ ଅଧିକ ନାହିଁ । କିନ୍ତୁ ଲୋକଙ୍କ ଅସାବଧାନତା ଯୋଗୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ଭାଇରସ୍‌ର ସାଧାରଣ ଲକ୍ଷଣରେ ଥଣ୍ଡା, ଜ୍ୱର, କାଶ ଆଦି ରହିଛି । ମାତ୍ର କିଛି ଲକ୍ଷଣ ଏମିତି ବି ରହିଛି ଯାହା ଆପଣଙ୍କ ଆଖିରେ ଦେଖିବାକୁ ମିଳିଥାଏ ।ଜରୁରୀ ନୁହେଁ ଯେ, କୋଭିଡ୍-୧୯ର ସବୁ ଲକ୍ଷଣ ସମସ୍ତଙ୍କ ଠାରେ ନଜର ଆସିବ । କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ସମସ୍ତ ଲକ୍ଷଣ ବିଷୟରେ ଜାଣିବା ଉଚିତ । ଆଙ୍ଗଲିୟା ରସ୍କିନ ୟୁନିଭରସିଟିର ବିଶେଷଜ୍ଞମାନେ କରୋନାକୁ ନେଇ ନିଜ ଅନୁସନ୍ଧାନରୁ ପାଇଲେ ଯେ, ଆଖିରେ ଯନ୍ତ୍ରଣା କରୋନାର ଗୋଟିଏ ନୂଆ ଲକ୍ଷଣ ହୋଇପାରେ । ଏହାବ୍ୟତୀତ ଆଖି କୁଣ୍ଡେଇ ହେବା ଏବଂ ଆଖି ଶୁଷ୍କ ହେବା କରୋନାର ଲକ୍ଷଣ ହୋଇପାରେ । ବିଶେଷଜ୍ଞଙ୍କ ଅନୁସାରେ ଏହି ଲକ୍ଷଣଗୁଡିକୁ ଅଣଦେଖା କରିବା ଉଚିତ ନୁହେଁ । କରୋନାର ସାଧାରଣ ଲକ୍ଷଣଗୁଡିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ ଅଖିର ରଙ୍ଗ ଲାଲ୍ ଏବଂ ଗୋଲାପୀ ହେବା କରୋନାର ଏକ ସମ୍ଭାବ୍ୟ ଲକ୍ଷଣ ହୋଇପାରେ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଲୁହରେ କରୋନାର ଆରଏନଏ ଭାଇରସ୍ ଦେଖିବାକୁ ମିଳିଛି । ଆଖିରେ ଯନ୍ତ୍ରଣା ସହ ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ସାବଧାନ ହୋଇଯାଆନ୍ତୁ ।

 

Show More

Related Articles

Back to top button