Breaking PLUSଖେଳମୁଖ୍ୟ ଖବର

ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଲେ ବ୍ରାଭୋ

ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଲେ ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ଡୱେନ ବ୍ରାଭୋ । ଟି ୨୦ ବିଶ୍ୱକପ ପରେ ସେ ଅବସର ନେବେ । ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍‌ ବାହାରିଯିବା ପରେ ବ୍ରାଭୋ ଏଭଳି ନିଷ୍ପତ୍ତି ନେଇଛନ୍ତି । ଶେଷ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କା ଠାରୁ ହାରିଛି ୱେଷ୍ଟଇଣ୍ଡିଜ୍‌ । ଯାହା ପରେ ଏପରି ଘୋଷଣା କରିଛନ୍ତି ବ୍ରାଭୋ ।

ବ୍ରାଭୋ ଗୁରୁବାର ଦିନ ଶ୍ରୀଲଙ୍କା ଠାରୁ ମ୍ୟାଚ ହାରିବା ପରେ ଫେସବୁକ ଲାଇଭ ଶୋରେ ପୂର୍ବ ଅଧିନାୟକ ଡେରେନ ସାମି ଏବଂ କମେଣ୍ଟେଣ୍ଟର ଏଲେକ୍ସ ଜୋଡାର୍ନଙ୍କ ସହିତ କଥାବାର୍ତ୍ତା ହୋଇ କ୍ରିକେଟରୁ ସନ୍ନ୍ୟାସ ନେବା କଥା କହିଛନ୍ତି । ୧୮ ବର୍ଷ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍‌ ତରଫରୁ ବ୍ରାଭୋ ଖେଳିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରାଭୋ ଖେଳିବେ ଶେଷ ମ୍ୟାଚ । ସେ ୪୦ଟି ଟେଷ୍ଟ ଓ ୧୬୪ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ୯୦ଟି ଟି-୨୦ ଅର୍ନ୍ତଜାତୀୟ ମ୍ୟାଚ ଖେଳିଛନ୍ତି ବ୍ରାଭୋ । ଏକ ଦିବସରେ ୧୯୯ଟି ଓ୍ଵିକେଟ ନେଇଛନ୍ତି । ସମସ୍ତ ଫର୍ମାଟରେ ସେ ୩୬୫ଟି ଓ୍ଵିକେଟ ନେଇଛନ୍ତି ।

Show More

Related Articles

Back to top button