Breaking PLUSଦେଶ

ଦୀପାବଳି ପରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିଛି

ରାଜଧାନୀ ଦିଲ୍ଲୀରେ ଦୀପାବଳି ପରେ ବାୟୁ ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ହୋଇଛି । ନେହେରୁ ଷ୍ଟାଡିୟମ୍ (୧୧୦୩), ଓଖଲା (୧୧୦୦) ଏବଂ ଆଇଟିଓ (୯୪୮) PM2.5 ସ୍ତରର ରେକର୍ଡ ସହିତ ପ୍ରଦୂଷଣ ସ୍ତର ସମଗ୍ର ସହରରେ ବିପଦ ସଙ୍କେତରୁ ଉପରକୁ ରହିଥିବା ଜଣାପଡ଼ିଛି । ସହରରେ ଗତ ସନ୍ଧ୍ୟାରେ ପ୍ରଦୂଷଣ ସ୍ତରର କ୍ରମାଗତ ବୃଦ୍ଧି ଘଟିଥିବାର ଦେଖାଯାଇଛି । କିନ୍ତୁ ରାତି ୧ ଟା ପରେ ପ୍ରଦୂଷଣ ସ୍ତର ଧୀରେ ଧୀରେ ହ୍ରାସ ପାଇଥିଲା ବୋଲି ଜଣାପଡ଼ିଛି ।

ପ୍ରଦୂଷିତ ବାୟୁ ଯୋଗୁ ସହରର ବିଭିନ୍ନ ସ୍ଥାନ ତଥା ଏହାର ଉପାନ୍ତ ଅଞ୍ଚଳର ଲୋକମାନେ ଗଳା ସମସ୍ୟା ଏବଂ ଆଖି ଜଳାପୋଡା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଥିଲେ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ଜାତୀୟ ରାଜଧାନୀର ୨୪ ଘଣ୍ଟା ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଶୁକ୍ରବାର ସକାଳ ୬ ଟାରେ ୬୬୧ ରେ ପହଞ୍ଚିଛି, ଯାହା ଗୁରୁବାର ଦିନ ୩୮୨ ରୁ ବୃଦ୍ଧି ପାଇଥିଲା । ବୁଧବାର ଦିନ ଏହା ୩୧୪, ମଙ୍ଗଳବାର ୩୦୩ ଏବଂ ସୋମବାର ୨୮୧ ଥିଲା ।

Show More

Related Articles

Back to top button