Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତର 30ଟି ସହରରେ ଉତ୍କଟ ହେବ ଜଳ ସଙ୍କଟ, ଚେତାଇଲା WWF

ଅମୃତସର, ପୁଣେ, ଶ୍ରୀନଗର, କୋଲକାତା, ବାଙ୍ଗାଲୋର ଏବଂ ମୁମ୍ବାଇ ସମେତ ଦେଶର 30 ଟି ବଡ ବଡ ସହରରେ ଜଳ ସଙ୍କଟର ବିପଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ୱାର୍ଲ୍ଡ ୱାଇଡ୍ ଫଣ୍ଡ (ଡବ୍ଲୁ୍ୟୁଡବ୍ଲୁଏଫ୍) ର ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ବିଶ୍ୱର 100 ଟି ସହରରେ 2050 ସୁଦ୍ଧା ଜଳ ସଙ୍କଟ ଶିଖରରେ ପହଞ୍ଚିବ

ଅମୃତସର, ପୁଣେ, ଶ୍ରୀନଗର, କୋଲକାତା, ବାଙ୍ଗାଲୋର ଏବଂ ମୁମ୍ବାଇ ସମେତ ଦେଶର 30 ଟି ବଡ ବଡ ସହରରେ ଜଳ ସଙ୍କଟର ବିପଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ୱାର୍ଲ୍ଡ ୱାଇଡ୍ ଫଣ୍ଡ (ଡବ୍ଲୁ୍ୟୁଡବ୍ଲୁଏଫ୍) ର ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ବିଶ୍ୱର 100 ଟି ସହରରେ 2050 ସୁଦ୍ଧା ଜଳ ସଙ୍କଟ ଶିଖରରେ ପହଞ୍ଚିବ । ଏହା ଅତିକମରେ 35 କୋଟି ଲୋକଙ୍କୁ ଭୟଙ୍କର ଭାବେ ପ୍ରଭାବିତ କରିବ | ଏହା ବିଶ୍ୱ ଅର୍ଥନୀତିରେ ମଧ୍ୟ ଗୁରୁତର ପ୍ରଭାବ ପକାଇବ |

ବିଶ୍ୱସ୍ତରରେ ସର୍ବାଧିକ ଜନବହୁଳ ଅଞ୍ଚଳରେ ଏହି ସଙ୍କଟ 2020 ରେ 17 ପ୍ରତିଶତରୁ ବୃଦ୍ଧି ପାଇଁ 2050 ସୁଦ୍ଧା 51 ପ୍ରତିଶତକୁ ବୃଦ୍ଧି ପାଇପାରେ । ଏହି ତାଲିକାରେ ଚୀନର ସହର ମଧ୍ୟ ଅଛି | ଭାରତରେ WWF ର ନିର୍ଦ୍ଦେଶକ ସେଜାଲ ୱର୍ଥ କହିଛନ୍ତି ଯେ ଆଗାମୀ ବର୍ଷରେ ଭାରତର ସହରଗୁଡ଼ିକ ଏହାର ପରିବେଶ ସ୍ଥିତି ସ୍ଥିର କରିବ । ଭାରତରେ ବର୍ତ୍ତମାନ ଦୃତଗତିରେ ସହରଗୁଡିକର ବିକାଶ ହେଉଛି । ଏହି ବିକାଶରେ କେତେ ପରିବେଶର ଯତ୍ନ ନିଆଯିବ ସେମାନଙ୍କ ଭବିଷ୍ୟତ ନିର୍ଣ୍ଣୟ କରିବ | ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ ହୋଇ ପ୍ରଶାସନକୁ ଦାଖଲ କରାଯିବ ।

Show More

Related Articles

Back to top button