Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କମୁଛି କରୋନା ମିଟର, ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୧୦ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

କରୋନା ସଂକ୍ରମିତ ସଂଖ୍ୟା ଦେଶରେ ଦିନକୁ ଦିନ କମୁଥିବା ଲକ୍ଷ୍ୟ କରାଯାଇପାରେ । ଏମିତିକି ଆଜି ଦେଶରେ ୪୦ ହଜାର ତଳକୁ ଖସିଛି ଦୈନିକ ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୮ ହଜାର ୩୧୦ ନୂଆ ମାମଲା ଚିହ୍ନଟ ହୋଇଛନ୍ତି ।

କରୋନା ସଂକ୍ରମିତ ସଂଖ୍ୟା ଦେଶରେ ଦିନକୁ ଦିନ କମୁଥିବା ଲକ୍ଷ୍ୟ କରାଯାଇପାରେ । ଏମିତିକି ଆଜି ଦେଶରେ ୪୦ ହଜାର ତଳକୁ ଖସିଛି ଦୈନିକ ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୮ ହଜାର ୩୧୦ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୩୮ହଜାର ୩୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩ ଛୁଇଁଥିବା ବେଳେ ସୁସ୍ଥ ସଂଖ୍ୟା ୭୬ ଲକ୍ଷ ଛୁଇଁଛି । ଏହା ସହ ଦେଶରେ ବର୍ତ୍ତମାନସୁଦ୍ଧା ୧ ଲକ୍ଷ ୨୩ ହଜାର ୦୯୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇ ସାରିଲାଣି ।

Show More

Related Articles

Back to top button