Breaking PLUSଦେଶମୁଖ୍ୟ ଖବର

ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରଶଂସା କଲେ ପୁଟିନ

ଭ୍ଲାଦିଭୋସ୍ତୋକ: ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରଶଂସା କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ । ଏକ କାର୍ଯ୍ୟକ୍ରମରେ ମେକ୍ ଇନ୍ ଇଣ୍ଡିଆର ପ୍ରଶଂସା କରି ସେ କହିଛନ୍ତି ଯେ, ଏଥିରେ ବହୁତ କିଛି ଶିଖିପାରିବା । ସେ କହିଛନ୍ତି ଯେ, ଭାରତୀୟଙ୍କ ମଧ୍ୟରେ ଭାରତୀୟ ଉତ୍ପାଦର ଉପଯୋଗ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରି ପ୍ରଧାନମନ୍ତ୍ରୀ ମୋଦି ଏକ ଭଲ ପଦକ୍ଷେପ ନେଇଛନ୍ତି ।
ଋଷିଆର ବନ୍ଦରଗାହ ସହରର ଭ୍ଲାଦିଭୋସ୍ତୋକରେ ଆୟୋଜିତ ଅଷ୍ଟମ ପୂର୍ବ ଆର୍ଥିକ ମଞ୍ଚକୁ ସମ୍ବୋଧିତ କରିବା ଅବସରରେ ପୁଟିନ କହିଛନ୍ତି ଯେ, ଘରୋଇ ସ୍ତରରେ ନିର୍ମିତ ଅଟୋମୋବାଇଲର ଉପଯୋଗ କରିବା ଆବଶ୍ୟକ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରଥମେ ଏହି ନୀତି ଜରିଆରେ ଏକ ଉଦାହରଣ ସୃଷ୍ଟି କରିଛି । ଋଷ ନିର୍ମିତ କାମ ସମ୍ପର୍କରେ ଚର୍ଚ୍ଚା କରିବା ଅବସରରେ ପୁଟିନ ଏହା କହିଥିଲେ ।

ସେ କହିଛନ୍ତି ଯେ, 1900 ଦଶକରେ ଆମ ପାଖରେ ଦେଶରେ ନିର୍ମିତ କାର ନଥିଲା କିନ୍ତୁ ଏବେ ଆମ ପାଖରେ ଅଛି । ଏହା ସତ ଯେ, 1990 ଦଶକରେ ବହୁଳି ମାତ୍ରାରେ କିଣାଯାଇଥିବା ମର୍ସିଡିଜ କିମ୍ବା ଅଡି ତୁଳନାରେ ଏହା ସାଧାରଣ ଦେଖାଯାଇଥାଏ, ମାତ୍ର ଏହା ଏକ ପ୍ରସଙ୍ଗ ନୁହେଁ ।

ପୁଟିନ କହିଛନ୍ତି ଯେ, ଆମକୁ ଭାରତ ପରି ନିଜର ଅଂଶୀଦାରରୁ ଶିଖିବା ଉଚିତ । ଭାରତ ଯେପରି ନିଜ ଦେଶରେ ନିର୍ମିତ କାର ଏବଂ ଜାହାଜର ଉତ୍ପାଦନ ଏବଂ ଉପଯୋଗ ଉପରେ ଧ୍ୟାନ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଡ ଇନ୍ ଇଣ୍ଡିଆ ବ୍ରାଣ୍ଡର ଉପଯୋଗ କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଆମ ପାଖରେ ବି ଯାନବାହନ ଅଛି ଆମେ ମଧ୍ୟ ଏହାର ଉପଯୋଗ କରିବା ଉଚିତ ବୋଲି ପୁଟିନ କହିଛନ୍ତି ।

Show More

Related Articles

Back to top button