ସ୍ୱାସ୍ଥ୍ୟ

ଯଦି ଇମ୍ୟୁନିଟି ବଢାଇବା ପାଇଁ ଆବଶ୍ୟକଠୁ ଅଧିକ ଭିଟାମିନ-ସି ସେବନ କରୁଛନ୍ତି, ତେବେ ହୋଇ ଯାଆନ୍ତୁ ସାବଧାନ

କରୋନା ମହାମାରୀ ଚାଲିଥିବା ସମୟରେ ଅନେକ ଲୋକ ଭିଟାମିନ-ସି ର ଅଧିକ ସେବନ କରିଥିବା ଦର୍ଶାଇଥିଲେ l ସେମାନେ ଭିଟାମିନ-ସି ପାଇବା ପାଇଁ ଔଷଧ ସହିତ ଘରୋଇ ଉପାୟ ସହିତ ଅବଲମ୍ବନ କରିଥିଲେ

ଯେଉଁଥିରେ ବିଭିନ୍ନ ପ୍ରକାରର ଫଳ,କାଢା ଓ ଔଷଧ ସାମିଲ ଥିଲା l ଲୋକମାନଙ୍କର ଧାରଣା ରହିଥିଲା ଯେ ଭିଟାମିନ-ସି ସେବନ କରି ନିଜର ଇମ୍ୟୁନିଟିକୁ ବଢ଼ାଇ କରୋନା ଠାରୁ ରକ୍ଷା ପାଇ ପାରିବେ l ଏହା ସତ ଯେ ଭିଟାମିନ-ସି ଇମ୍ୟୁନିଟିକୁ ବଢାଇବାର କାମ କରିଥାଏ ,କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହା ଅଧିକ ସେବନ କରିବା ଦ୍ୱାରା କ୍ଷତିକାରକ ମଧ୍ୟ ହୋଇପାରେ l

ଭିଟାମିନ-ସି ର ପାର୍ଶ୍ଵପ୍ରତିକ୍ରିୟା ଗବେଷକ ମାନଙ୍କର ଗବେଷଣା ଅନୁସାରେ କୌଣସି ବସ୍ତୁ ଅଧିକ ସେବନ କରିବା ଦ୍ୱାରା ଶରୀର ଉପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ପଡିଥାଏ l ଭିଟାମିନ-ସି ମଧ୍ୟ ସେହି ସବୁ ଜିନିଷ ଭଳି ଅଟେ ଯାହା ଆମର ସ୍ୱାସ୍ଥ୍ୟ ପକ୍ଷ ଲାଭଦାୟକ ହେବ ସହିତ ଅଧିକ ସେବନ ଦ୍ୱାରା କ୍ଷତିକାରକ ମଧ୍ୟ ହୋଇଥାଏ l

ଛାତି ପୋଡା- ଭିଟାମିନ-ସି ର ପାର୍ଶ୍ୱ ପ୍ରତିକ୍ରିୟାରେ ଛାଡି ପୋଡା ସାମିଲ ରାହିଛି l ଅଧିକ ସେବନ କଲେ ଛାତିର ମଧ୍ୟ ଭାଗରେ ପୋଡା ଅନୁଭବ ହେବ ସହିତ ଗଳାରେ ମଧ୍ୟ ପୋଡାର ସମସ୍ୟା ରହିଥାଏ l

ଅବସାଦ -ଭିଟାମିନ-ସି ଆବଶ୍ୟକତା ଠାରୁ ଅଧିକ ସେବନ କଲେ ଅବସାଦ ସମସ୍ୟା ଆରମ୍ଭ ହୋଇଥାଏ l ଫଳ ଅପେକ୍ଷା ବଜାରରେ ମିଳୁଥିବା ଅନ୍ୟ ଭିଟାମିନ-ସି ର ଜିନିଷ ଗୁଡିକ ସେବନ କଲେ ଏହି ଅବସାଦ ଦେଖା ଦେଇଥାଏ l

ନିଦ ନଆସିବା -ଭିଟାମିନ-ସି ଅଧିକ ସେବନ ଦ୍ୱାରା ନିଦ ନଆସିବା ସମସ୍ୟା ଆରମ୍ଭ ହୋଇଥାଏ l ଏହା ସହିତ ମୁଣ୍ଡ ବିନ୍ଧା ଓ ଶୋଇବା ସମୟରେ ମୁଣ୍ଡକୁ ଭାରାକ୍ରାନ୍ତ କରିଥାଏ l

ଡାଇରିଆ -ଭିଟାମିନ-ସି ଯୁକ୍ତ ପଦାର୍ଥ ଅଧିକ ସେବନ କଲେ ଡାଇରିଆ ହେବାର ସମ୍ଭାବନା ରହିଥାଏ ,ଏହାର ଅର୍ଥ ପେଟ ଖରାପ ହୋଇ ଝାଡା ସମସ୍ୟା ଦେଖା ଦେଇଥାଏ l

ପେଟ ମୋଡି ହେବ -ଭିଟାମିନ-ସି ଯୁକ୍ତ ଜିନିଷ ଅଧିକ ସେବନ କରିବା ଦ୍ୱାରା ପେଟ ମୋଡି ହେବାର ସମସ୍ୟା ମଧ୍ୟ ଦେଖା ଦେଇଥାଏ l ସେଥିପାଇଁ ଗ୍ୟାସ ମାଧ୍ୟା ଅନୁଭୂତ ହୋଇଥାଏ l ତେଣୁ ଦେଖିଚାହିଁ ଭିଟାମିନ-ସି ସେବନ କରିବା ବଶ୍ୟକ ନଚେତ ଡାକ୍ତରଙ୍କ ପରାମର୍ଶ ସହିତ ସେବନ କରନ୍ତୁ l

Show More

Related Articles

Back to top button